ଚତୁର୍ଥ ଆସନ କାହାର?

ଦିଲ୍ଲୀପ VS ଦତ୍ତେଶ୍ୱର

ଭୁବନେଶ୍ୱର, ୦୩/୦୩: ଏଥର ରାଜ୍ୟସଭା ନିର୍ବାଚନ ବେଶ୍ ଚର୍ଚ୍ଚାରେ ରହିଛି। ସେହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ବ। ନିର୍ବାଚନ ଲଢ଼ିବା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ରାଜ୍ୟ ରାଜନୀତି ବେଶ୍ ସରଗରମ ରହିଛି। ପ୍ରଥମେ ବିଜେଡ଼ି ଦତ୍ତେଶ୍ୱର ହୋତାଙ୍କୁ କମନ କ୍ୟାଣ୍ଡିଡେଟ୍ ଭାବେ ଘୋଷଣା କରିବା ପରେ ଏବେ ବିଜେପିରୁ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜ ନାମ ଘୋଷଣା କରିଛନ୍ତି।

ଦିଲ୍ଲୀପ ରାୟ ରାଜ୍ୟସଭା ମଇଦାନକୁ ଓହ୍ଲାଇବା ପରେ ଲଢ଼େଇ ଜୋରଦାର ହେବ ବୋଲି ଆଶା କରାଯାଉଛି। ରାଜନୀତିରେ ବେଶ୍‌ ଅଭିଜ୍ଞ ଥିବା ଦିଲ୍ଲୀପଙ୍କୁ ନେଇ ଶାସକ ବିଜେପି ମଧ୍ୟ ଆଶାବାଦୀ ଅଛି। ରାଜ୍ୟ କାର୍ଯ୍ୟାଳୟରେ ସମର୍ଥନ ଘୋଷଣା କରିଛନ୍ତି ସଭାପତି ମନମୋହନ ସାମଲ। ଦଳ ନୀତିଗତ ଭାବେ ସମର୍ଥନ ଦେବାକୁ ନିଷ୍ପତ୍ତି ହୋଇଛି। ଦିଲ୍ଲୀପ ନିଜେ ଉଦ୍ୟମ କରିବେ, ଦଳ ମଧ୍ୟ ପୂରା ସମର୍ଥନ ଦେବ। ଦିଲ୍ଲୀପ ନିଶ୍ଚିତ ବିଜୟୀ ହେବେ ବୋଲି କହିଛନ୍ତି ମନମୋହନ ସାମଲ।

ଅନ୍ୟପଟେ ବିଜେଡ଼ିର କମନ୍ କ୍ୟାଣ୍ଡିଡେଟ୍ ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରିଛି କଂଗ୍ରେସ। ବିଜେଡି-କଂଗ୍ରେସର ମିଳିତ ପ୍ରାର୍ଥୀ ହେଉଛନ୍ତି ଡାକ୍ତର ଦତ୍ତେଶ୍ୱର ହୋତା। କିଏ ମାରିବେ ବାଜି ଓ ଚତୁର୍ଥ ଆସନରେ ଦିଲ୍ଲୀପ ନା ଦତ୍ତେଶ୍ୱର ଜିତିବେ ତାକୁ ନେଇ ବଢ଼ିଲା ଚର୍ଚ୍ଚା।