ହାଇଟେକ ଗୁରୁକୁଳ ଇଣ୍ଟରନେଶନାଲ ସ୍କୁଲର ଶୁଭ ଉଦ୍ଘାଟନ
ବୌଦ୍ଧିକ, ଆଧ୍ୟତ୍ମିକ ଓ ଚରିତ୍ର ଗଠନ ଦିଗରେ ନିରନ୍ତର କାର୍ଯ୍ୟ କରିବ ଗୁରୁକୁଳ
ଭୁବନେଶ୍ୱର, ୦୩/୦୩: ହାଇଟେକ ଗୁରୁକୁଳ ଇଣ୍ଟରନେଶନାଲ ସ୍କୁଲର ଶୁଭ ଉଦ୍ଘାଟନ କରାଯାଇଛି। ହାଇଟେକ ମେଡିକାଲ କଲେଜ ନିକଟସ୍ଥ, ସୁନ୍ଦର ପ୍ରାକୃତିକ ପରିବେଶରେ ଏହି ଗୁରୁକୁଳ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ବୌଦ୍ଧିକ, ଆଧ୍ୟତ୍ମିକ ଓ ଚରିତ୍ର ଗଠନ ଦିଗରେ ଏହି ଗୁରୁକୁଳ ନିରନ୍ତର କାର୍ଯ୍ୟ କରିବ ବୋଲି ହାଇଟେକ ଗ୍ରୁପର ପ୍ରତିଷ୍ଠାତା ଅଧକ୍ଷ ଡଃ ତିରୁପତି ପାଣିଗ୍ରାହୀ କହିଛନ୍ତି। ସେହିପରି ନିର୍ଦେଶିକା ମଧୁସ୍ମିତା ତ୍ରିପାଠୀ କହିଛନ୍ତି ଯେ, ଆଧୁନିକ ଶିକ୍ଷା ସହ ଦେଶାତ୍ମବୋଧ ଓ ସୁସ୍ଥ ସମାଜ ଗଠନ ଦିଗରେ ଗୁରୁକୁଳର ଛାତ୍ରଛାତ୍ରୀମାନେ କାର୍ଯ୍ୟ କରିବେ।
ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ହାଇଟେକ ଗ୍ରୁପ ଗୁରୁକୁଳ ମାଧ୍ୟମରେ ଶିକ୍ଷା ପ୍ରଦାନକୁ ନେଇ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଏହି ସ୍କୁଲର ଉଦ୍ଘାଟନ ସମରୋହରେ ମ୍ୟାନେଜିଙ୍ଗ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ, ନିର୍ଦ୍ଦେଶିକା ସାବିତ୍ରୀ ପାଣିଗ୍ରାହୀ, ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ନିର୍ଦ୍ଦେଶିକା ମଧୁସ୍ମିତା ତ୍ରିପାଠୀ, ନିର୍ଦ୍ଦେଶକ ରାକେଶ ପାଣିଗ୍ରାହୀ ଏବଂ ନିର୍ଦ୍ଦେଶିକା ଅଙ୍କିତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।