ଭୁବନେଶ୍ୱର, ୦୪/୦୩: ଦିଲ୍ଲୀପ ରାୟଙ୍କୁ ସମର୍ଥନ ପ୍ରସଙ୍ଗରେ ଭକ୍ତ ଦାସ ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀପ ରାୟଙ୍କୁ କଂଗ୍ରେସ ସମର୍ଥନ ଦେବନି କହିଛନ୍ତି ଭକ୍ତ ଦାସ। ଭକ୍ତ କହିଛନ୍ତି, ଦିଲ୍ଲୀପ ରାୟ ମତେ କଲ କରି ସକାଳୁ କଥା ହୋଇଥିଲେ। ଆମ ଦଳ ସମର୍ଥନ ଦେବନାହିଁ ବୋଲି ତାଙ୍କୁ ସ୍ପଷ୍ଟ ମନା କରିଛି। ପୂର୍ବରୁ ରାଜ୍ୟସଭା ପ୍ରାର୍ଥୀ ହେବେ ନାହିଁ ବୋଲି କହିଥିଲି। ମୁଁ ପୂର୍ବରୁ ତାଙ୍କୁ କହିଥିଲି ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ହେବାକୁ, ସେ ମୋର ବନ୍ଧୁ ଶେଷ ମୁହୂର୍ତ୍ତରେ କାହିଁକି ସ୍ୱାଧୀନ ପ୍ରାର୍ଥୀ ହେଲେ ଜାଣିନି। ଗତକାଲି ହଠାତ ପ୍ରାର୍ଥୀ ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ବ୍ୟକ୍ତିଗତ ସଂମ୍ପର୍କ ଓ ରାଜନୈତିକ ସମ୍ପର୍କ ଭିନ୍ନ କଥା। ବିଜେପି ଚିନ୍ତାଧାରା ସହ ଆମେ ଏକ ହୋଇ ପାରିବୁନି। କଂଗ୍ରେସରୁ କ୍ରସ ଭୋଟିଂ ହେବା ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି।