ବିହାର ରାଜନୀତିରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ

ନୀତିଶ ଯିବେ ରାଜ୍ୟସଭା!

ପାଟନା, ୦୪/୦୩: ବିହାର ରାଜନୀତିରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭାକୁ ନିର୍ବାଚିତ ହୋଇପାରନ୍ତି। ତାଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇପାରେ ବୋଲି ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଜେଡିୟୁରୁ ନୀତିଶ କୁମାରଙ୍କ ପୁଅ ନିଶାନ୍ତଙ୍କ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ। ତେଣୁ, ସୂତ୍ର ଅନୁସାରେ ନୀତିଶ କୁମାର ରାଜ୍ୟସଭାକୁ ଯାଇପାରନ୍ତି ଏବଂ ନିଶାନ୍ତଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇପାରେ। ବିଜେପିରୁ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ବିହାର ସରକାରଙ୍କ ମନ୍ତ୍ରୀ ଏବଂ ବରିଷ୍ଠ ଜେଡିୟୁ ନେତା ଶ୍ରବଣ କୁମାର ମଙ୍ଗଳବାର ଦିନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତଙ୍କ ରାଜନୀତିରେ ପ୍ରବେଶ ନିଶ୍ଚିତ ହୋଇଛି ଏବଂ ଜେଡିୟୁ ଖୁବ୍ ଶୀଘ୍ର ଏକ ଆନୁଷ୍ଠାନିକ ଘୋଷଣା କରିବ।