ଜାଗମରା ଓ ପୋଖରିପୁଟରେ ଜବରଦଖଲ ଉଚ୍ଛେଦ ଅଭିଯାନ

ଅନଧିକୃତ ନିର୍ମାଣ ହଟିଲା

ଭୁବନେଶ୍ୱର, ୦୭/୦୩: ଆଜି ଭୁବନେଶ୍ୱରରେ ଦୁଇଟି ଉଚ୍ଛେଦ ଅଭିଯାନ ସଫଳତାର ସହିତ ସମ୍ପନ୍ନ ହୋଇଛି। ବିଡ଼ିଏ ପକ୍ଷରୁ ବିଭିନ୍ନ ସରକାରୀ ଜମିରେ ଥିବା ଅନଧିକୃତ ଦଖଲକୁ ହଟାଯାଇଛି।

ଜାଗମରାରେ ୦.୧୦୩ ଡେସିମିଲ ସରକାରୀ ଜମିରେ ଥିବା ଅନଧିକୃତ ଦଖଲ ଉଚ୍ଛେଦ କରାଯାଇଥିଲା। ପୋଖରିପୁଟରେ ୦.୮୬୫ ଡେସିମିଲ ସରକାରୀ ଜମିରେ ଥିବା ଦଖଲ ଉଚ୍ଛେଦ କରାଯାଇଥିଲା। ଏଥିରେ କିଛି ଆଜବେଷ୍ଟସ ଘର ଓ ହୋଟେଲ ଭଙ୍ଗା ଯାଇଥିଲା। କିନ୍ତୁ କାଳନ୍ଦୀ ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କର ଘର ହାଇକୋର୍ଟଙ୍କ ଆଦେଶ ଯୋଗୁଁ ହଟାଯାଇପାରିନଥିଲା। ଉଭୟ ଅଭିଯାନରେ ବିଡିଏ ପକ୍ଷରୁ ୧ଟି ଜେସିବି ଯୋଗାଇ ଦିଆଯାଇଥିଲା।

ଏହି ଉଚ୍ଛେଦ ଅଭିଯାନରେ ବିଡିଏର ଓଏସଡି ଏନଫୋର୍ସମେଣ୍ଟ ଶ୍ରୀ ଦେବରାଜ ସେଠୀ, ଶ୍ରୀ ଅମିୟ କୁମାର ଦାସ, ଡେପୁଟି ଡାଇରେକ୍ଟର (ସର୍ଭେ ଓ ଏନଫୋର୍ସମେଣ୍ଟ), ସାଧାରଣ ପ୍ରଶାସନ ଓ ଜନସେବା ବିଭାଗ, ଶ୍ରୀ ଶୁଭ୍ରାଂଶୁ ଶେଖର ମହାନ୍ତି, ଲାଇଜନ ଅଫିସର, ବିଡିଏ, ଶ୍ରୀ ସିଦ୍ଧାନ୍ତ ସାହୁ (ଓଏମଏଏସ), ଜୁନିୟର ଏନଫୋର୍ସମେଣ୍ଟ ଅଫିସର, ବିଡିଏ, ଜି ଖାନ୍ ଓ ଆର. ଘୋଟାଳ, କନଷ୍ଟେବଳ, ଏୟାରପୋର୍ଟ ଥାନା, ସାଧାରଣ ପ୍ରଶାସନ ଓ ଜନସେବା ବିଭାଗର ଏଫଆଇ/ଅମିନ, ଏସଡବ୍ଲ୍ୟୁ ଜୋନ୍, ଆମିନ/ଏଫଆଇ ସହ ଲ୍ୟାଣ୍ଡ ସେକ୍ସନ, ବିଏମସି ପ୍ରମୁଖ ଉପସ୍ଥିତ ଥିଲେ। ସରକାରୀ ଜମିକୁ ସଂରକ୍ଷଣ ଓ ସୁନ୍ଦରୀକରଣ ପାଇଁ ଉଚ୍ଛେଦ ଅଭିଯାନ ଜାରି ରହିବ ବୋଲି ସୂଚନା ମିଳିଛି।