ବାଲେଶ୍ବର, ୦୮/୦୩: ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡା ଛକରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଗୋଟିଏ ବସକୁ ପଛପଟୁ ଧକ୍କା ଦେଲା ଆଉ ଏକ ବସ। ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ବାଲେଶ୍ବର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ର ପଛ ଚକ ଫାଟିଯିବାରୁ ରାସ୍ତା ଧୂଆଁମୟ ହୋଇଯାଇଥିଲା। ଏହି ସମୟରେ ଭୁବନେଶ୍ୱରରୁ ରାଞ୍ଚି ଅଭିମୁଖେ ଯାଉଥିବା ଏକ ବସ୍ ସେହି ବସକୁ ପଛରୁ ଧକ୍କା ଦେଇଥିଲା।
ଏଥିରେ ଉଭୟ ବସର ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଖନ୍ତାପଡା ପୋଲିସ, ଅଗ୍ନିଶମ ବିଭାଗ, NHAI କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକେ ବସ୍ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।