ଶ୍ରୀ ଆଶୁତୋଷ ରଥଙ୍କୁ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି
ନାଲକୋର ସମସ୍ତ ସ୍ତରରୁ ଶୁଭେଚ୍ଛାର ସୁଅ
ଭୁବନେଶ୍ୱର, ୦୮/୦୩: ଶ୍ରୀ ଆଶୁତୋଷ ରଥଙ୍କୁ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ପଦବୀକୁ ପଦୋନ୍ନତି ଦିଆଯାଇଛି । ସେ ନାଲକୋ କର୍ପୋରେଟ କାର୍ଯ୍ୟାଳୟରେ ମୁଖ୍ୟ ମହା ପ୍ରବନ୍ଧକ (ମାନବ ସମ୍ବଳ) ସହିତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ଏହି ସମୟରେ ସେ କମ୍ପାନୀର ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ, ସାଂଗଠନିକ ବିକାଶ, କର୍ମଚାରୀଙ୍କ ସହଭାଗିତା ଏବଂ ନୀତି ପ୍ରଣୟନ ଭଳି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି । ତାଙ୍କ ନେତୃତ୍ୱରେ ନାଲକୋର କର୍ପୋରେଟ୍ ମୁଖ୍ୟାଳୟ ସହ ବିଭିନ୍ନ ୟୁନିଟ୍ ଏବଂ କାର୍ଯ୍ୟାଳୟଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ମାନବ ସମ୍ବଳ ବିଭାଗକୁ ସୁଦୃଢ଼ କରାଯାଇଛି, ଯାହା ଦ୍ୱାରା କାର୍ଯ୍ୟଦକ୍ଷତା, କର୍ମଚାରୀଙ୍କ ମନୋବଳ ଏବଂ ରଣନୈତିକ ମାନବ ସମ୍ବଳ ପଦକ୍ଷେପଗୁଡ଼ିକ ତ୍ୱରାନ୍ୱିତ ହୋଇପାରିଛି। ଶ୍ରୀ ରଥଙ୍କ କାର୍ଯ୍ୟନିଷ୍ଠା, ସଫଳତା ଏବଂ ନେତୃତ୍ୱର ସକାରାତ୍ମକ ପ୍ରଭାବ ହେତୁ ନାଲକୋର ସମସ୍ତ ସ୍ତରରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଆଗାମୀ ଦିନରେ ସେ କମ୍ପାନୀର ମାନବ ସମ୍ବଳ ବିଭାଗକୁ ଆହୁରି ସୁଦୃଢ କରିବା ସହ, ସଂଗଠନର ଉଚ୍ଚ କାର୍ଯ୍ୟଦକ୍ଷତା ଓ ପ୍ରଗତିଶୀଳ ସଂସ୍କୃତିକୁ ବଜାୟ ରଖିବା ନିମନ୍ତେ ଆଶାବାଦୀ ବୋଲି କହିଛନ୍ତି ।