ଭୁବନେଶ୍ୱରରେ ଲଭ୍ ଜିହାଦ

ଯୁବତୀଙ୍କୁ ଦୁଷ୍କର୍ମ, ଷ୍ଟାର ହୋଟେଲରେ ରଖି ନିର୍ଯାତନା

ଭୁବନେଶ୍ୱର, ୦୮/୦୩: ଭୁବନେଶ୍ୱରରେ ଲଭ ଜିହାଦ ଅଭିଯୋଗରେ ଯୁବକ ଗିରଫ। ହିନ୍ଦୁ ଯୁବତୀଙ୍କୁ କର୍ଣ୍ଣାଟକ ଚାଲାଣ ବେଳେ ଧରିଲା ପୋଲିସ। ଯୁବତୀଙ୍କୁ ହିନ୍ଦୁ ପରିଚୟ ଦେଇ ପ୍ରେମ ଜାଲରେ ଫସାଇଥିଲେ ଗିରଫ ଅଭିଯୁକ୍ତ ଇରଫାନ ଆନସାରୀ ଓରଫ ଜୟରାମ ଶର୍ମା।

ମିଳିଥିବା ସୂଚନା ଅନୁସାରେ, କର୍ଣ୍ଣାଟକର ଇରଫାନ ଅନସାରୀ ଛଦ୍ମ ପରିଚୟ ଦେଇ ଜୟ ରାମ ଶର୍ମା ନାମରେ ଭଦ୍ରକର ଜଣେ ଯୁବତୀଙ୍କୁ ପ୍ରଲୋଭିତ କରିବା ସହ ସମ୍ପର୍କ ସ୍ଥାପନା କରିଥିଲେ। ଉଭୟ ସୋସିଆଲ ମିଡ଼ିଆରେ ପରିଚିତ ହୋଇଥିଲେ। ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଭୁବନେଶ୍ୱରର ଏକ ଷ୍ଟାର ହୋଟେଲରେ ମାଡ଼ ମାରିବା ଅଭିଯୋଗ ପରେ ସହିଦ ନଗର ପୋଲିସ ତାଙ୍କୁ ଗିରଫ କରିବା ସହ ହୋଟେଲରୁ ଜଣେ ହିନ୍ଦୁ ଯୁବତୀଙ୍କୁ ଉଦ୍ଧାର କରିଛି। ଉକ୍ତ ଯୁବତୀଙ୍କୁ ସେ ରାଜ୍ୟ ବାହାରକୁ ନେବାକୁ ଯୋଜନା କରିଥିଲେ। ଅଭିଯୁକ୍ତକୁ ଗିରଫ କରିବା ସହ କର୍ଣ୍ଣାଟକ ନମ୍ବର ରେଜିଷ୍ଟ୍ରେସନ ଥିବା ଏକ କାର ଜବତ କରାଯାଇଛି। ଅଭିଯୁକ୍ତ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି।