ଭୁବନେଶ୍ୱର, ୦୮/୦୩: ଏପ୍ରିଲ୍ ୮ରେ ନୂଆ ଦଳ ଲଞ୍ଚ୍ କରିବେ ମହମ୍ମଦ ମୋକିମ୍। ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ହେବ ବିଶାଳ ଆୟୋଜନ। ଏ ନେଇ ସୂଚନା ଦେଇଛନ୍ତି ମୋକିମ୍। ଏଥିସହିତ ଜାରି ହୋଇଛି ମୋକିମ୍ ଙ୍କ ଦଳୀୟ ପତାକାର ଚିତ୍ର।
ମୋକିମ୍ କହିଛନ୍ତି, ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ। ନୂଆ ଦଳ ଲଞ୍ଚ୍ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ପ୍ରତିନିଧି ଯୋଗଦେବେ। ଦଳର ନାଁ ସମ୍ପର୍କରେ ନିର୍ବାଚନ କମିଶନ ଅଫିସରୁ ସବୁଜ ସଙ୍କେତ ମିଳିଛି। ଦଳର ଚିହ୍ନ ପରବର୍ତ୍ତୀ ସମୟରେ ସ୍ଥିର ହେବ।
ଆସନ୍ତା ରାଜ୍ୟସଭା ନିର୍ବାଚନ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, ବିଜେଡି ୨୫ ବର୍ଷ ଧରି କଂଗ୍ରେସକୁ ତଳି ତଳାନ୍ତ କରିଛି। ସେହି ଦଳ ସହ ହାତ ମିଳାଇବା ଅନହୋଲି ଆଲାଏନ୍ସ। ଏହା କଂଗ୍ରେସ ପାଇଁ କ୍ଷତି ପହଞ୍ଚାଇବ। ତାଙ୍କ ଦଳର ଅନେକ ବିଧାୟକ ଏନେଇ ଅସନ୍ତୁଷ୍ଟ। ନବୀନ ବାବୁଙ୍କ ସାହାରା ବନିଲା କଂଗ୍ରେସ।