ICC ଟି-୨୦ ବିଶ୍ୱକପ୍ ମହାସମର: ଭାରତ ବିଶ୍ୱ ଚାମ୍ପିଅନ

ନ୍ୟୁଜିଲାଣ୍ଡର ଟ୍ରଫି ଜିତିବା ସ୍ୱପ୍ନ ଧୂଳିସାତ୍

ଅଦିନିଆ ଦିପାବଳୀ ପାଳିଲା ଦେଶ

ଅହମ୍ମଦାବାଦ, ୦୮/୦୩: ଆଜି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇସିସି ପୁରୁଷ ବିଶ୍ଵକପ ୨୦୨୬ ଫାଇନାଲରେ ଭାରତର ଜିତାପଟ। ଭାରତ ୨୫୫ ରନ କରିଥିବା ବେଳେ ୨୫୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ୨୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୫୯ ରନ୍ କରିପାରିଛି। ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୨୫୫ ରନ୍‌ ସଂଗ୍ରହ କରିଥିଲେ। ଫଳରେ ନ୍ୟୁଜିଲାଣ୍ଡ ୯୬ ରନ୍ ରେ ହାରିଛି।

ଟି୨୦ ବିଶ୍ବକପ୍‌ରେ ଭାରତ କ୍ରମାଗତ ଦ୍ବିତୀୟ ଥର ଚାମ୍ପିଅନ ହୋଇଛି। ପୂର୍ବରୁ ଭାରତ ୨୦୦୭ ଓ ୨୦୨୪ରେ ଟି୨୦ ବିଶ୍ବକପ୍‌ ଚାମ୍ପିଅନ ହୋଇଥିଲା।

ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳର ଏହି ଅପରାଜିତ ଯାତ୍ରା ଏବଂ ଫାଇନାଲରେ ବ୍ୟାଟିଂ-ବୋଲିଂ ଉଭୟ କ୍ଷେତ୍ରରେ ଦମଦାର ପ୍ରଦର୍ଶନ ଦେଖାଇଛି। ଅହମଦାବାଦର ୮୬,୦୦୦ରୁ ଅଧିକ ଦର୍ଶକଙ୍କ ସମ୍ମୁଖରେ ଏହି ବିଜୟ ଲାଭ ଭାରତୀୟ କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ହୋଇଛି। କ୍ରିକେଟ୍‌ପ୍ରେମୀମାନେ ରବିବାର ରାତିରେ ଭାରତୀୟ ଟିମ୍‌ର ବିଜୟକୁ ଦୀପାବଳି ଭଳି ପାଳନ କରିଛନ୍ତି।

ୱିକେଟ କିପର ଓପନର ସଞ୍ଜୁ ସାମସନ ରେକର୍ଡ ହାସଲ କରିଛନ୍ତି। ଫାଇନାଲରେ ସାମସନ ୮୯ ସର୍ବାଧିକ ରନ୍ କରିଛନ୍ତି। ମାର୍ଲନ ସାମୁଏଲ୍ସ ଓ ୱିଲିୟମସନଙ୍କ ନାଁରେ ଥିବା ୮୫ ରନ୍ ରେକର୍ଡ ଭାଙ୍ଗିଛନ୍ତି। ଅଭିଷେକ, ସାମସନ, ଇଶାନ ଧୂଆଁଧାର ଅର୍ଦ୍ଧଶତକ କରିଥିଲେ। ସାମସନ ୮୯, ଇଶାନ ୫୪, ଅଭିଷେକ ୫୨ ରନ୍ କରିଥିଲେ। ଅନ୍ତିମ ଓଭରରେ ଶିବମ ଦୁବେ ମାରିଥିଲେ ୫ଟି ବାଉଣ୍ଡରୀ ଓ ୨୪ ରନ୍ କରିଥିଲେ।