ଭୁବନେଶ୍ୱର, ୧୨/୦୩: IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ମାଲକାନଗିରି ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଥମେଶ ଅରବିନ୍ଦ। ମନୀଷ ଅଗ୍ରୱାଲଙ୍କୁ ସମବାୟ ସମିତି ରେଜିଷ୍ଟ୍ରାର ଭାବେ ନିଯୁକ୍ତି ମିଳିଛି। କ୍ଷୁଦ୍ର ଶିଳ୍ପ ନିଗମ ଏମ୍ଡି ହେଲେ ସ୍ମୃତିରଞ୍ଜନ ପ୍ରଧାନ। ସିଦ୍ଧାର୍ଥ ଦାସ ମତ୍ସ୍ୟ ସଂପଦ ନିର୍ଦ୍ଦେଶକ ହୋଇଛନ୍ତି। TE & SCERTର ନିର୍ଦ୍ଦେଶକ ହେଲେ ମଧୁସ୍ମିତା ସାହୁ।
ସେହିପରି ଉପମା କାଲୋଙ୍କୁ ଉତ୍ତରାଞ୍ଚଳ ଆର୍ଡିସି ସଚିବ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ସରକାରୀ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ହୋଇଛନ୍ତି ଲିଲି କୁମାରୀ କୁଲୁ। ସୋମେଶ ଉପାଧ୍ୟାୟଙ୍କୁ ବୟନ ଓ ହସ୍ତତନ୍ତ ଶିଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।