ନୂଆଦିଲ୍ଲୀ, ୧୨/୦୩: ଇରାନ୍ରେ ୯ ହଜାର ଭାରତୀୟ ଫସିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଏ ନେଇ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ସୂଚନା ଦେଇଛନ୍ତି। ଛାତ୍ର, ବ୍ୟବସାୟୀ, ପ୍ରଫେସନାଲ୍ ଓ ତୀର୍ଥଯାତ୍ରୀ ଫସି ରହିଛନ୍ତି। ଅନେକ ଭାରତୀୟ ନାଗରିକ ଓ ଅଧିକାଂଶ ଛାତ୍ର ଘରକୁ ଫେରିଛନ୍ତି। ତେହେରାନରେ ରହୁଥିବା ଅନ୍ୟ ସୁରକ୍ଷିତ ସ୍ଥାନ ଓ ସହରଗୁଡ଼ିକୁ ସ୍ଥାନାନ୍ତରିତ କରିଛୁ। ଇରାନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ଜୟଶଙ୍କର ୩ ଥର ଆଲୋଚନା କରିଛନ୍ତି।
ତେହେରାନର ଛାତ୍ର ଏବଂ ତୀର୍ଥଯାତ୍ରୀଙ୍କ ସମେତ ଅନ୍ୟମାନଙ୍କୁ ଦେଶ ମଧ୍ୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। MEA କହିଛି ଯେ ଭିସା ବ୍ୟବସ୍ଥା ଏବଂ ଆଜରବାଇଜାନ ଏବଂ ଆର୍ମେନିଆରେ ସ୍ଥଳ ସୀମା କ୍ରସିଂ ପାଇଁ ସହାୟତା ଯୋଗାଇ ଦିଆଯାଉଛି, ଯେଉଁଠାରୁ ଭାରତକୁ ବାଣିଜ୍ୟିକ ବିମାନ ଉଡ଼ାଣ ଉପଲବ୍ଧ।
ଅନ୍ୟପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। ସ୍ଥିତି ଉପରେ ନଜର ରଖିବାକୁ ୩ ଜଣିଆ କମିଟି ଗଠନ କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ଏହି କମିଟିରେ ୩ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ୍ ପୁରୀ ସାମିଲ୍ ଅଛନ୍ତି।