ନୂଆଦିଲ୍ଲୀ, ୧୨/୦୩: ଇରାନ ଆମେରିକା ଯୁଦ୍ଧ ଭିତରେ ଭାରତର ବଡ଼ କୁଟନୈତିକ ବିଜୟ ହୋଇଛି। ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ପାଇଁ ଭାରତୀୟ ଟ୍ଯାଙ୍କରକୁ ଇରାନ ଅନୁମତି ଦେଇଛି। ଯାହା ବିଶ୍ୱ ଶକ୍ତି ସଂକଟ ମଧ୍ୟରେ ଭାରତ ପାଇଁ ବଡ଼ ଆଶ୍ବସ୍ତିକର ଖବର।
ଭାରତୀୟ ପତାକାଧାରୀ ଟ୍ୟାଙ୍କରକୁ ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଅନୁମତି ଦେଇଛି ଇରାନ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା ପରେ ଅନୁମତି ଦେଲା ଇରାନ। ଭାରତୀୟ ଟ୍ୟାଙ୍କର ‘ପୁଷ୍ପକ’ ଓ ‘ପରିମଳ’ ଏବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରୁଛି।
ଇରାନ-ଆମେରିକା ଯୁଦ୍ଧ ଏବେ ୧୨ ଦିନରେ ପହଞ୍ଚିଛି। ସାମୁଦ୍ରିକ ଯାତାୟାତ ବାଧାପ୍ରାପ୍ତ ସହ ବିଶ୍ୱ ବଜାରରେ ତୈଳଦର ଆକାଶଛୁଆଁ ହୋଇଛି। ହର୍ମୁଜ ପ୍ରଣାଳୀ ଦେଇ କୌଣସି ଦେଶର ଜାହାଜ ବି ଗଲେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଛି ଇରାନ। ସେପଟେ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।