ଭୁବନେଶ୍ୱର, ୧୩/୦୩: କୁଆଖାଇ ନଦୀପଠାରୁ ଜଣେ ବ୍ୟକ୍ତିଙ୍କ ଚଳିତ ମୃତଦେହ ଉଦ୍ଧାର କରାଯାଇଛି। ବରିମୁଣ୍ଡ ବାଲିଯାତ୍ରା ପଡ଼ିଆ ନିକଟରୁ ମୃତଦେହ ଉଦ୍ଧାର କରିଛି ପୋଲିସ୍। ହତ୍ୟା ପରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମୃତଦେହଟି ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଛି। ଖବର ପାଇ ମଞ୍ଚେଶ୍ୱର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ।