ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ ଇସିଆଇ

ଆଜି ୪ଟାରେ ପ୍ରେସ୍ ମିଟ୍

ନୂଆଦିଲ୍ଲୀ, ୧୫/୦୩: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏ ନେଇ ସମସ୍ତ ପ୍ରସ୍ତୁତି ଚାଲିଛି। ରିପୋର୍ଟ ଅନୁଯାୟୀ, ନିର୍ବାଚନ କମିଶନ ଆଜି ଏହି ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରିବେ ବୋଲି ଆଶା କରାଯାଉଛି। ନିର୍ବାଚନ କମିଶନ ଆଜି ଅପରାହ୍ନ ୪ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ।

ଚାରୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ହେବ। ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଏବଂ ଆସାମ ଓ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଏକକାଳୀନ ଘୋଷଣା ହେବ ବୋଲି ଆଶା କରାଯାଉଛି। ନିର୍ବାଚନ କମିଶନ ବିଧାନସଭା ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରିବା ପାଇଁ ଅପରାହ୍ନ ୪ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି।

ଉଲ୍ଲେଖନୀୟ ଯେ, ବିଧାନସଭା ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟର କାର୍ଯ୍ୟକାଳ ମେ ଏବଂ ଜୁନ୍ ମାସରେ ଭିନ୍ନ ଭିନ୍ନ ତାରିଖରେ ଶେଷ ହେଉଛି। ଚାରୋଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀର ଚୂଡ଼ାନ୍ତ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ନିର୍ବାଚନ ତାଲିକା ସଂଶୋଧନ (SIR) ଅଧୀନରେ ପ୍ରକାଶିତ ହୋଇଛି।