କ୍ଷମା ମାଗିଲେ ନିଶିକାନ୍ତ ଦୁବେ

ସୋସିଆଲ ମିଡିଆରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ

ନୂଆଦିଲ୍ଲୀ, ୦୧/୦୪: ବିଜୁବାବୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇ ବିବାଦରେ ଥିବା ସାଂସଦ ନିଶିକାନ୍ତ ଦୁବେ ନିଃସର୍ତ୍ତ କ୍ଷମା ମାଗିଲେ। ସୋସିଆଲ ମିଡିଆରେ ପୋଷ୍ଟ କରି କ୍ଷମା ମାଗିଲେ ନିଶିକାନ୍ତ ଦୁବେ। ଦୁହେଁ କହିଛନ୍ତି, ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ ମୋ ବ୍ୟକ୍ତିଗତ। ମୁଁ ନେହରୁ-ଗାନ୍ଧୀ ପରିବାର ବିଷୟରେ କହିଥିଲି। ମାତ୍ର ମୋ କଥାର ଭୁଲ୍‌ ଅର୍ଥ ବାହାର କରାଯାଇଥିଲା। ମୋ ମନ୍ତବ୍ୟ କାହାକୁ ଆଘାତ ଦେଇଥିଲେ କ୍ଷମା ମାଗୁଛି। ବିଜୁବାବୁ ଆମ ପାଇଁ ସର୍ବଦା ଷ୍ଟେଟ୍‌ସ ମ୍ୟାନ୍‌ ଥିଲେ ଓ ରହିବେ।