ଜୁଲାଇରେ ଆସିବ କରୋନାର ଚତୁର୍ଥ ଲହର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଦୈନିକ କୋଭିଡ ପଜିଟିଭିଟି ହାର ୪.୩୯ ପ୍ରତିଶତରେ ରହୁଛି। ସାପ୍ତାହିକ ପଜିଟିଭିଟି ହାର ୩.୩୦%କୁ ବୃଦ୍ଧି ପାଇଛି । ଦେଶରେ ଗତ ୨୪ ଘଣ୍ଟାରେ ୧୫,୯୪୦ ଲୋକ ସଂକ୍ରମିତ ହୋଇଛନ୍ତି । ସେହିପରି ୧୨,୪୨୫ ଜଣ ସୁସ୍ଥ ହୋଇଛନ୍ତି ।

ତେବେ ସକ୍ରିୟ ମାମଲା ଦିନକରେ ୩,୪୯୫ ବଢ଼ି ୯୧,୭୭୯ରେ ପହଞ୍ଚିଛି । ୨୪ ଘଣ୍ଟାରେ ୨୦ ରୋଗୀ ପ୍ରାଣ ହରାଇଛନ୍ତି । ଫଳରେ ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ୫,୨୪,୯୭୪ ଛୁଇଁଛି । ପୂର୍ବଦିନ ୧୭,୩୩୬ ନୂଆ ମାମଲା ଚିହ୍ନଟ ହୋଇଥିଲା । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଶେଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି । ଜୁଲାଇରେ ଚତୁର୍ଥ ଆସିବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ୫ ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି । ଦୈନିକ କୋଭିଡ ପଜିଟିଭିଟି ହାର ଏହି ରାଜ୍ୟଗୁଡ଼ିକରେ ୮% ସେପଟେ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୪,୨୦୫ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୩,୭୫୨ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ୪୫୦ ବଢ଼ି ୨୫,୩୧୭ ଛୁଇଁଛି ।

ତେବେ ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ କହିଛନ୍ତି ଯେ ଦେଶରେ ଜୁଲାଇରେ କରୋନା ମହାମାରୀର ଚତୁର୍ଥ ଲହର ଆସିବ । ଯାହା କି ଅକ୍ଟୋବର ଯାଏ ବଳବତ୍ତର ରହିବ । ଅଗଷ୍ଟରେ ଏହି ଲହର ଶୀର୍ଷ ସ୍ତର ଛୁଇଁବ ।