ଘୃଣାମୂଳକ ଭାଷଣ ବିରୋଧରେ ନୂଆ ଆଇନ ଆବଶ୍ୟକ ନାହିଁ, ଚାଲୁ ଆଇନ କଠୋର ଭାବେ ଲାଗୁ କରନ୍ତୁ: ସୁପ୍ରିମକୋର୍ଟ

‘ଘୃଣାମୂଳକ ଭାଷଣକୁ ଅଣଦେଖା କଲେ ଗୁରୁତର ପରିଣାମ ହେବ’

ନୂଆଦିଲ୍ଲୀ, ୨୯/୦୪: ସୁପ୍ରିମକୋର୍ଟ ନିକଟରେ ଘୃଣାମୂଳକ ଭାଷଣ ସମ୍ପର୍କିତ ମାମଲାରେ ଗୁରୁତ୍ୱପୂର୍ଣ୍ଣ ମତ ପ୍ରକାଶ କରିଛନ୍ତି। ଅଦାଲତ କହିଛନ୍ତି ଯେ ଘୃଣାମୂଳକ ଭାଷଣକୁ ରୋକିବା ପାଇଁ ଦେଶରେ କୌଣସି ଆଇନର “ଶୂନ୍ୟସ୍ଥାନ” ନାହିଁ।

ଭାରତୀୟ ଦଣ୍ଡ ସଂହିତା (IPC) ଏବଂ ଅନ୍ୟାନ୍ୟ ଆଇନରେ ଏହାକୁ ରୋକିବା ଓ ଦଣ୍ଡ ଦେବାର ପୂର୍ଣ୍ଣ ବ୍ୟବସ୍ଥା ରହିଛି। IPC ଓ ଅନ୍ୟାନ୍ୟ ଆଇନରେ ଏମିତି ବ୍ୟବସ୍ଥା ରହିଛି ଯାହା ଧର୍ମ, ଜାତି, ଭାଷା କିମ୍ବା ଅନ୍ୟ ଆଧାରରେ ଘୃଣା ପ୍ରଚାରକୁ ରୋକିବାରେ ସକ୍ଷମ। ତେଣୁ ନୂତନ ଆଇନ ଆଣିବା ଆବଶ୍ୟକତା ନାହିଁ, ବରଂ ଚାଲୁଥିବା ଆଇନକୁ ସଠିକ ଭାବେ ଲାଗୁ କରିବା ଦରକାର।

ସୁପ୍ରିମ କୋର୍ଟ ଏହା ସହିତ ମଧ୍ୟ କହିଛନ୍ତି ଯେ, ଘୃଣାମୂଳକ ଭାଷଣ ସମାଜରେ ଅଶାନ୍ତି ଓ ବିଭାଜନ ସୃଷ୍ଟି କରେ, ଯାହା ଲୋକତନ୍ତ୍ର ପାଇଁ ହାନିକାରକ। ଏହି ପରିସ୍ଥିତିରେ ପୁଲିସ ଓ ପ୍ରଶାସନ ତତ୍କାଳ ଏବଂ କଠୋର କାର୍ଯ୍ୟନୁଷ୍ଠାନ ନିଅବା ଆବଶ୍ୟକ।

ଘୃଣାମୂଳକ ଭାଷଣକୁ ଅବହେଳା କରିଲେ ଏହା ଭବିଷ୍ୟତରେ ଗୁରୁତର ଅପରାଧକୁ ଜନ୍ମ ଦେଇପାରେ। ତେଣୁ ସମସ୍ତ ରାଜ୍ୟ ସରକାରଙ୍କୁ ସତର୍କ ରହିବା ଓ ଏହା ବିରୋଧରେ ସକ୍ରିୟ ଭୂମିକା ନେବାକୁ ଉପଦେଶ ଦିଆଯାଇଛି।