ବାଲିଅନ୍ତା ମର୍ଡ଼ର: ବଢ଼ିଲା ଗିରଫଦାରୀ ସଂଖ୍ୟା

ମୁହଁ ଖୋଲିଲେ ସାଙ୍ଗ ଓମ୍: ପୋଲିସ ଉପରେ ଦେଲେ ସାଙ୍ଘାତିକ ବୟାନ

ବାଲିଅନ୍ତା, ୦୯/୦୫: ବାଲିଅନ୍ତା GRP କନଷ୍ଟେବଲ୍ ସୌମ୍ୟ ହତ୍ୟା ମାମଲାରେ ଆଉ ୬ ଜଣଙ୍କୁ ଗିରଫ କଲା ବାଲିଅନ୍ତା ଥାନା ପୋଲିସ। ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୧୧କୁ ବଢ଼ିଲା। ପୂର୍ବରୁ ୫ ଜଣଙ୍କୁ ଗିରଫ କରି ଝାରପଡ଼ା ଜେଲ୍ ପଠାଇଛି ପୋଲିସ।

ସେପଟେ ମୁହଁ ଖୋଲିଛନ୍ତି ମୃତ ସୌମ୍ୟରଞ୍ଜନ ସ୍ବାଇଁଙ୍କ ସାଙ୍ଗ ଓମ୍ ପ୍ରକାଶ। ଦୁଇ ଯୁବତୀଙ୍କ ଅସଦାଚରଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓମ୍ ପ୍ରକାଶ। କିନ୍ତୁ ସୌମ୍ୟ ଯୁବତୀଙ୍କୁ ମାଡ଼ ମାରିଥିବା ଘଟଣାକୁ ସ୍ୱୀକାର କରିଛନ୍ତି। ଦୁଇ ଯୁବତୀ ମିଛ କହୁଛନ୍ତି, ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ଓମ ପ୍ରକାଶ।

ସେ କହିଛନ୍ତି, ହଠାତ୍ ସୌମ୍ୟଙ୍କର ଫିଡ୍ସ ମାରିଲା। ପରେ ବାଇକ୍ ଭାରସାମ୍ୟ ହରାଇ ଯୁବତୀଙ୍କ ସ୍କୁଟି ସହ ଧକ୍କା ହୋଇଥିଲା। ୭୦ରୁ ୮୦ ଲୋକ ଆମକୁ ଘେରି ଯାଇଥିଲେ, ୧୦ରୁ ୧୨ ଜଣ ପିଟିଥିଲେ। ମୁହଁକୁ ଗୋଇଠା ମାଡ଼ ଓ ବାଉଁଶ ଫାଳିଆରେ ପିଟିଥିଲେ। ବିନା ୟୁନିଫର୍ମରେ ଭିଡ଼ ମଧ୍ୟରେ ପିସିଆର୍ ମଧ୍ୟ ସୌମ୍ୟଙ୍କୁ ପିଟୁଥିଲା। ୟୁନିଫର୍ମରେ ଥିବା ପିସିଆର୍ ଚୁପ୍ ହୋଇ ଦେଖୁଥିଲେ।

ପ୍ରଥମେ ଆସିଥିବା ପିସିଆର୍ ଚାହିଁଥିଲେ ବଞ୍ଚାଇ ପାରିଥାଆନ୍ତେ। କିନ୍ତୁ ସେ ଚୁପ୍ ହୋଇ ଦେଖିବା ସହ ଖାଲି ଲେଖାଲେଖି କରୁଥିଲେ। ଆଇନକୁ ହାତକୁ ନେଇଥିବା ଲୋକଙ୍କୁ ଦଣ୍ଡ ମିଳିବା ଉଚିତ୍ ବୋଲି କହିଛନ୍ତି ସୌମ୍ୟଙ୍କ ସାଙ୍ଗ ଓମ୍ ପ୍ରକାଶ।