ବାଲିଅନ୍ତା ମର୍ଡ଼ର: ୨ ଝିଅଙ୍କ ଗିରଫ ଦାବି କଲେ ମୃତ ସୌମ୍ୟଙ୍କ ବାପା
‘ଗୋରୁ ମଇଁଷି ଭଳି ପୁଅକୁ ଡାଲା ଅଟୋରେ ପକାଇ ନେଲେ’
ଭୁବନେଶ୍ୱର, ୦୯/୦୫: GRP କନଷ୍ଟେବଲ୍ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା ଘଟଣାରେ ବାପା ଦୁଃଶାସନ ସ୍ୱାଇଁଙ୍କ କ୍ଷୋଭ। ସେ କହିଛନ୍ତି, ମୋ ପୁଅକୁ ୪୦ରୁ ୫୦ ଜଣ ପିଟି ମାରିଦେଲେ, ଏତେ କମ୍ ଗିରଫ କାହିଁକି। ଗୋରୁ ମଇଁଷି ଭଳି ପୁଅକୁ ଡାଲା ଅଟୋରେ ପକାଇ ନେଲେ।
ବଞ୍ଚାଅ ବଞ୍ଚାଅ ଚିତ୍କାର କରୁଥିଲା ବେଳେ କେହି ରକ୍ଷା କଲେନି। ଯେଉଁ ଝିଅମାନଙ୍କ ପାଇଁ ଏପରି କାଣ୍ଡ ହେଲା ସେମାନଙ୍କୁ ଗିରଫ କରାଯାଉ। ଚାକିରିକୁ ନେଇ ମଧ୍ୟ ପୁଅ ସୌମ୍ୟ ଚାପରେ ଥିଲା। ପୁଅକୁ ଯେପରି ମାରିଲେ ତାହା ବର୍ବରତା ଥିଲା, କଠୋର ଦଣ୍ଡବିଧାନ ହେଉ ବୋଲି କହିଛନ୍ତି ସୌମ୍ୟଙ୍କ ବାପା।
ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ସୌମ୍ୟ ହତ୍ୟା ଘଟଣାରେ ୧୧ ଜଣଙ୍କୁ ଗିରଫ କରାଗଲାଣି।