୬୬ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ ଡ. ମହେନ୍ଦ୍ର ମିଶ୍ର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ
ନୂଆଦିଲ୍ଲୀ, ୨୫/୦୫: ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୬୬ ଜଣ ବ୍ୟକ୍ତିତ୍ୱଙ୍କୁ ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ୫୮ ଜଣଙ୍କୁ ପଦ୍ମଶ୍ରୀ, ୬ ଜଣଙ୍କୁ ପଦ୍ମଭୂଷଣ ଓ ୨ ଜଣଙ୍କୁ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି।
ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ଡ. ମହେନ୍ଦ୍ର ମିଶ୍ର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଡ. ମହେନ୍ଦ୍ର ମିଶ୍ର ହେଉଛନ୍ତି ଜଣେ ବିଶିଷ୍ଟ ଶିକ୍ଷାବିତ୍, ଭାଷାବିତ୍ ତଥା ଲୋକ କଥାକାର।