୧୦୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡରେ ସ୍ଥାନ ପାଇଥିବା ଏହି ଅଭିନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି

ଅଧିକ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୨୬ ମେ ୨୦୨୬

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ବିଳାସରାଓ ଦେଶମୁଖ (ଜନ୍ମ- ୧୯୪୫) ମହାରାଷ୍ଟ୍ରର ୧୭ତମ ମୁଖ୍ୟମନ୍ତ୍ରୀ ଏବଂ ଜଣେ ପ୍ରମୁଖ କଂଗ୍ରେସ ନେତା। ସେ ରାଜ୍ୟର ବିକାଶ, ଶିକ୍ଷା ଏବଂ କୃଷି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ପୁଅ ଅମିତ ଦେଶମୁଖ ମଧ୍ୟ ରାଜନୀତିରେ ସକ୍ରିୟ।

୨. ଦିଲୀପ ଜୋଶୀ (ଜନ୍ମ- ୧୯୬୮) ଲୋକପ୍ରିୟ ଟେଲିଭିଜନ୍ ଅଭିନେତା। ସେ ସବୁଠାରୁ ବେଶୀ ସମୟ ଧରି ଚାଲିଥିବା ସିରିଏଲ୍ ତାରକ ମେହତା କା ଉଲ୍ଟା ଚଶମାରେ ଜେଠାଲାଲ ଭୂମିକା ପାଇଁ ପ୍ରସିଦ୍ଧ।

୩. ଆଚି ମନୋରମା (ଜନ୍ମ- ୧୯୩୭) ତେଲୁଗୁ, କନ୍ନଡ଼, ମାଲାୟାଲାମ, ତାମିଲ ଓ ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ। ସେ ହଜାର ହଜାର ଫିଲ୍ମରେ ଅଭିନୟ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡରେ ସ୍ଥାନ ପାଇଛନ୍ତି। ତାଙ୍କୁ ଦକ୍ଷିଣ ଭାରତୀୟ ସିନେମାର “ମେଗା ମନୋରମା” ଭାବେ ଜଣାଯାଏ। ସେ ଦକ୍ଷିଣ ସିନେମାର କମେଡି କୁଇନ ଭାବେ ମଧ୍ୟ ଜଣାଶୁଣା। ସେ ୨୦୦୨ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ମିର୍ଜା ଗୁଲାମ ଆହମଦ (ମୃତ୍ୟୁ- ୧୯୦୮) ଆହମଦିୟା ମୁସଲିମ ସମ୍ପ୍ରଦାୟର ପ୍ରତିଷ୍ଠାତା। ଭାରତୀୟ ଉପମହାଦ୍ୱୀପର ଏକ ପ୍ରମୁଖ ଧାର୍ମିକ ନେତା ଏବଂ ସୁଧାରକ। ସେ ନିଜକୁ ମହଦୀ ଭାବେ ଘୋଷଣା କରିଥିଲେ, ଯାହା ବିଶ୍ୱବ୍ୟାପୀ ଆହମଦିୟା ଆନ୍ଦୋଳନର ଆରମ୍ଭ ହୋଇଥିଲା।

୨. ଚମ୍ପାକରାମନ ପିଲ୍ଲାଇ (ମୃତ୍ୟୁ- ୧୯୩୪) ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ବିପ୍ଳବୀ। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀରେ ଭାରତୀୟ ସ୍ୱାଧୀନତା ଲିଗ୍ ଗଠନ କରି ବ୍ରିଟିଶ ବିରୋଧୀ କାର୍ଯ୍ୟକଳାପ ଚଳାଇଥିଲେ। ସେ ଆନ୍ତର୍ଜାତିକ ସ୍ତରରେ ଭାରତର ସ୍ୱାଧୀନତା ପାଇଁ ପ୍ରଚାର କରିଥିଲେ।

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୯୨୬: ରୁଦ୍ରପ୍ରୟାଗର କୁଖ୍ୟାତ ମଣିଷଖିଆ ଚିତାବାଘ, ଯିଏ ବର୍ଷ ବର୍ଷ ଧରି ଗଡ଼ୱାଲ ଅଞ୍ଚଳକୁ ଆତଙ୍କିତ କରିଥିଲା, ଶେଷରେ ନିପାତ ହୋଇଥିଲା।

୧୯୩୯: କର୍ଣ୍ଣାଲର ଯୁଦ୍ଧ ଏକ ଐତିହାସିକ ମୋଡ଼ ନେଇଥିଲା ଯାହା ଆଫଗାନିସ୍ତାନକୁ ମୋଗଲ ସାମ୍ରାଜ୍ୟର ଅଞ୍ଚଳରୁ ପୃଥକ କରିଥିଲା।

୧୯୪୦: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅପରେସନ ଡାଇନାମୋ ଆରମ୍ଭ ହୋଇଥିଲା।

୧୯୬୬: ବ୍ରିଟିଶ ଗିଆନା ସ୍ୱାଧୀନତା ଲାଭ କରିଥିଲା, ଆନୁଷ୍ଠାନିକ ଭାବରେ ଗିଆନା ଏକ ରାଷ୍ଟ୍ର ହୋଇଥିଲା।

୧୯୯୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମହାକାଶକୁ ତିନୋଟି ଉପଗ୍ରହ ସଫଳତାର ସହିତ ପ୍ରକ୍ଷେପଣ କରିଥିଲା।

୧୯୯୯: ଟଣ୍ଟନରେ କ୍ରିକେଟ ବିଶ୍ୱକପ୍ ସମୟରେ, ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ ଶ୍ରୀଲଙ୍କା ବିପକ୍ଷରେ ୩୧୮ ରନ କରି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟ ପାଇଁ ଏକ ମାନଦଣ୍ଡ ସ୍ଥାପନ କରିଥିଲେ।