ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ବିଦ୍ୟାର୍ଥୀଙ୍କ ସମ୍ବର୍ଦ୍ଧନା ଉତ୍ସବ

ବିଦ୍ୟାର୍ଥୀମାନଙ୍କୁ ଜୀବନକୁ ସୁନ୍ଦର ରୂପେ ଗଢିବା ପାଇଁ ଆହ୍ୱାନ

ଭୁବନେଶ୍ୱର, ୨୬/୦୫: ଭୁବନେଶ୍ୱରସ୍ଥିତ ହାଇଟେକ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାର୍ଥୀମାନଙ୍କର ଏକ ବିଶେଷ ସମ୍ବର୍ଦ୍ଧନାର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି | ଏଥିରେ ଅଧ୍ୟକ୍ଷ ଡ଼କ୍ଟର ଚିତ୍ତରଞ୍ଜନ ସାହୁ କହିଛନ୍ତି ଯେ, ବିଦ୍ୟାର୍ଥୀମାନେ ନିରନ୍ତର ଭାବେ ଅଧ୍ୟୟନ ଜାରି ରଖିଲେ ସଫଳତା ସେମାନଙ୍କ ହାତ ପାଖରେ ରହିବ। ଏହି ଅବସରରେ ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ନିର୍ଦ୍ଦେଶିକା ଅଙ୍କିତା ପାଣିଗ୍ରାହୀ ବିଦ୍ୟାର୍ଥୀମାନଙ୍କର ସଫଳ ଜୀବନ କାମନା କରିଥିବା ବେଳେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶକ୍ତିମୟୀ ପାଢ଼ୀ ବିଦ୍ୟାର୍ଥୀମାନଙ୍କୁ ଜୀବନକୁ ସୁନ୍ଦର ରୂପେ ଗଢିବା ପାଇଁ ଆହ୍ୱାନ ଦେଇଥିଲେ। ଉପାଧ୍ୟକ୍ଷ ବିଭୁତି ଭୂଷଣ ବେହେରା ବିଦ୍ୟାର୍ଥୀମାନଙ୍କୁ ପାଠପଢା ଏବଂ ଦେଶ ଜାତି ରାଷ୍ଟ୍ର ପାଇଁ କାର୍ଯ୍ୟ କରିବାକୁ କହିଥିବା ବେଳେ ବରିଷ୍ଠ ଅଧ୍ୟାପକ ଡ଼କ୍ଟର ମୂରଲି ଧର ସ୍ୱାଇଁ ବିଦ୍ୟାର୍ଥୀମାନଙ୍କୁ ସଦାସର୍ବଦା କର୍ତ୍ତବ୍ୟନିଷ୍ଠା ହେବା ପାଇଁ ଆହ୍ୱାନ ଦେଇଥିଲେ | ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ତଥା ଅନ୍ତରାଷ୍ଟ୍ରୀୟ ଓଡିଶୀ ନୃତ୍ୟଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀ ଏହି ସମ୍ବର୍ଧନା ଉତ୍ସବକୁ ସୁଚାରୁ ରୂପେ ଆୟୋଜନ କରିଥିବା ବେଳେ ଅଧ୍ୟାପକ ବିଶ୍ୱଜିତ ବେହେରା, ବେଦବ୍ରହ୍ମା ଦାସ, ସୁସାର କୁମାର ସାହୁ ସାହାଯ୍ୟ କରିଥିଲେ | ଦୀର୍ଘ ୨୦ ବର୍ଷ ଧରି ବିଦ୍ୟାର୍ଥୀମାନେ ଶତକଡା ୧୦୦ ଭାଗ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଶତକଡା ୯୭ ଭାଗ ବିଦ୍ୟାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଉଥିଲା ବେଳେ ମାତ୍ର ୫ ଜଣ ବିଦ୍ୟାର୍ଥୀ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଦୀର୍ଘ ବର୍ଷ ହେବ ଏଠାରୁ ବିଦ୍ୟାର୍ଥୀମାନେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ପରୀକ୍ଷାରେ କୃତିତ୍ୱ ହାସଲ କରି ଦେଶ ବିଦେଶରେ ବିଭିନ୍ନ ଉଚ୍ଚ ପଦପଦବୀରେ ଓଡିଶାର ନାମକୁ ସମ୍ୱୋଜ୍ୱଳ କରିଆସୁଛନ୍ତି |