ଓଡ଼ିଶାରେ ନୂଆ ଉପକୂଳ ରାଜପଥକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ଓଡ଼ିଶାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୩/୦୬: ଓଡ଼ିଶାରେ ନୂଆ ଉପକୂଳ ରାଜପଥକୁ କେନ୍ଦ୍ର କ୍ୟାବିନେଟ୍ ର ମଞ୍ଜୁରୀ। ରାମେଶ୍ବରରୁ ପାରାଦୀପ ୧୬୩ କିମି ରାସ୍ତା ପାଇଁ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ଏହି ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ୮ ହଜାର ୩ ଶହ କୋଟି ଟଙ୍କା ରହିଛି।
ଏହି ରାଜପଥ ରାମେଶ୍ବରରୁ ଆରମ୍ଭ ହୋଇ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ଯିବ। ରାମେଶ୍ବରରୁ କୋଣାର୍କ ୭୯ କିମି ପାଇଁ ୪ ଲେନ୍ ରାସ୍ତାକୁ ଅନୁମୋଦନ ମିଳିଛି। କୋଣାର୍କରୁ ପାରାଦୀପ ୮୦ କିମି ୨ ଲେନ୍ ରାସ୍ତା ପାଇଁ ଅନୁମୋଦନ ମିଳିଛି।
ନୂଆ ଉପକୂଳ ରାଜପଥ NH ୧୬ ଓ NH ୩୧୬ର ବିକଳ୍ପ ପଥ ହେବ। ଘଣ୍ଟା ପ୍ରତି ୧୦୦ କିମି ବେଗରେ ଯାତ୍ରା ନେଇ ରାସ୍ତାର ନକ୍ସା ପ୍ରସ୍ତୁତ ହୋଇଛି। ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ଦେଇ ଯିବ। ରାମେଶ୍ବରରୁ ପାରାଦୀପ ଯାତ୍ରା ସମୟ ପ୍ରାୟ ଅଢ଼େଇ ଘଣ୍ଟା କମିବ।
ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍ ମଞ୍ଜୁରୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଓଡ଼ିଶାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ପାଇଁ ଏହା ସମ୍ଭବ ହୋଇପାରିଛି। ଏହାଦ୍ବାରା ଯାତ୍ରା ସମୟ ପ୍ରାୟ ଅଢ଼େଇ ଘଣ୍ଟା କମ୍ ହେବ। ପର୍ଯ୍ୟଟନ, ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ। ଓଡ଼ିଶାରେ ବିଶ୍ବସ୍ତରୀୟ ଭିତ୍ତିଭୂମି ବିକାଶ ନେଇ କେନ୍ଦ୍ରର ପ୍ରତିବଦ୍ଧତା ବୋଲି କହିବା ସହ। ରାଜ୍ୟବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଗଡ଼କରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।