କିଟ୍ ଓ କିସ୍‌ରେ ଗାନ୍ଧୀ ଜୟନ୍ତୀ

ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ

ଭୁବନେଶ୍ୱର, ୦୨/୧୦: ପ୍ରତିବର୍ଷ ପରି ଚଳିତ ବର୍ଷ କିଟ୍ ଓ କିସ୍ ପକ୍ଷରୁ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହେଇଯାଇଛି। ଏହି ଅବସରରେ କିସ୍ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କୁ ଉଦ‌ବୋଧନ ଦେଇ ଶ୍ରୀ ସାମନ୍ତ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ଶ୍ରୀ ସାମନ୍ତ କହିଲେ, ଭାରତ ସମେତ ବାହାରେ ମଧ୍ୟ ଗାନ୍ଧୀଙ୍କୁ ଯଥେଷ୍ଟ ସମ୍ମାନ ଦିଆଯାଇଥାଏ । ମହାତ୍ମା ଗାନ୍ଧୀ ଜନଜାତିଙ୍କ ବିକାଶ ନିମନ୍ତେ ଯେଉଁ ସ୍ୱପ୍ନ ଦେଖୁଥିଲେ ତାହା କିସ୍ ଜରିଆରେ କାର୍ଯ୍ୟକାରୀ ହେଉଛି ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କିସ୍ ବିଶ୍ଵବିଦ୍ୟାଳୟ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ପରେ କିସ୍ ଛାତ୍ରଛାତ୍ରୀଙ୍କ ଦ୍ଵାରା ରାମଧୂନ ଗାନ କରାଯାଇଥିଲା । ଶେଷରେ ପିଲାମାନଙ୍କୁ ଲଡ଼ୁ ବଣ୍ଟନ କରାଯାଇଥିଲା।