କୋଲକାତା, ୧୦/୦୬: ପଶ୍ଚିମବଙ୍ଗ ସରକାର ଦୀଘାର ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦଟି ହଟାଇ ଦେଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା ପରେ ଏପରି କରାଯାଇଛି।
ପୂର୍ବରୁ ଦୀଘାରେ ଥିବା ଜଗନ୍ନାଥ ମନ୍ଦିରର ପ୍ରବେଶ ଫାଟକରେ ଲେଖା ଥିଲା ‘ଜଗନ୍ନାଥ ଧାମ’। ସରକାରୀ ନିର୍ଦେଶ ଅନୁସାରେ ସେହି ଫଳକ କାଢ଼ି ନିଆଯାଇଛି। ଏବେ ସେଠାରେ ଲେଖାହୋଇଛି ‘ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’।