ବୁଡ଼ିଲା ତୀର୍ଥଯାତ୍ରୀ ଡଙ୍ଗା

୩୫ ଯାତ୍ରୀ ଥିବା ଡଙ୍ଗା ନଦୀରେ ଓଲଟିଲା

ମୁମ୍ବାଇ, ୧୦/୦୬: ବୁଧବାର ଦିନ ମହାରାଷ୍ଟ୍ରର ବୀଡ ଜିଲ୍ଲାର ପୁରୁଷୋତ୍ତମପୁରୀରେ ୩୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ନଦୀରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିଲେ। ଯାହା ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକ ଏବଂ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସମସ୍ତଙ୍କୁ ରକ୍ଷା କରିଥିଲେ। କିନ୍ତୁ ପ୍ରମିଳା ରାଠୋଡ ନାମକ ଜଣେ ମହିଳାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ୱାଶିମର ମହାଗାଁ ନିବାସୀ ସିନ୍ଧୁବାଇ ମାୱାଲ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଡଙ୍ଗାଟି ପ୍ରବଳ ସ୍ରୋତରେ ଫସି ଯାଇଥିଲା ଏବଂ କିଛି ସେକେଣ୍ଡ ମଧ୍ୟରେ ବୁଡ଼ି ଯାଇଥିଲା ବୋଲି ଜଣାପଡ଼ିଛି। ତୀର୍ଥଯାତ୍ରୀ ମାନେ ଏକ ଧାର୍ମିକ ସଭାକୁ ଯୋଗ ଦେବାକୁ ଯାଉଥିଲେ।