ହତ୍ୟା ନା ଆତ୍ମହତ୍ୟା ! କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

ପେଟ୍ରୋଲ ପମ୍ପ ପାଖରେ ଯାଇଥିବା କେନାଲ ପାଣିରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। କେନାଲ ଭିତରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଯାଇ ଦେଖିବା ପରେ ଜଣେ ବ୍ୟକ୍ତିର ମୃତ ଦେହ ପାଣିରେ ଭାସୁଥିବା ଦେଖିବାକୁ ମଳିଥିଲା। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭୀମଟିକିରାରେ ଥିବା ଭାରତ ପେଟ୍ରୋଲ୍‌ ପମ୍ପ୍‌ ପାଖରେ ଏପରି ଘଟଣା ଦେଖିବାକୁ ମିଳିଛି।

ପରେ ଘଟଣାସ୍ଥଳରେ ବିନିକା ପୋଲିସ ପହଞ୍ଚି ମୃତ ଦେହ ଜବତ କରିଛି। ପାଣି ଭିତରୁ ମୃତଦେହକୁ ବାହାରକୁ ଆଣିବା ପାଈଁ ପୋଲିସ ବିନିକା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେl ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ପରେ ବିନିକା ଡାକ୍ତରଖାନାକୁ ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ଅଣାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ମୃତକଙ୍କୁ କିଏ ହତ୍ୟା କରିଛି  କିମ୍ୱା ସେ ତ୍ମହତ୍ୟା କରିଛନ୍ତି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।