କିରନ ପୋଲାର୍ଡଙ୍କୁ ଛାଡିଲା ମୁମ୍ବାଇ ଇଣ୍ଡିଆନ୍ସ, ଶାର୍ଦ୍ଦୁଳ KKRରେ ସାମିଲ୍, IPL 2023ର ସବୁଠୁ ବଡ ଅପଡେଟ୍

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ଆଗାମୀ ସଂସ୍କରଣ ପାଇଁ ଚଳଚଞ୍ଚଳ ବିସିସିଆଇ। ଡିସେମ୍ବର ୨୩ରେ କୋଚିରେ ହେବାକୁ ଯାଉଛି ଖେଳାଳିଙ୍କ ମିନି ନିଲାମ। ଏଥିପାଇଁ ବିସିସିଆଇ ଆଇପିଏଲର ସମସ୍ତ ୧୦ଟି ଦଳକୁ ନିଜର ରିଟେସନ(ଦଳରେ ରଖୁଥିବା ଖେଳାଳି) ତାଲିକା ନଭେମ୍ବର ୧୫ ସୁଦ୍ଧା ଦେବାକୁ କହିଛି। ତେବେ ଏହା ମଧ୍ୟରେ ଆଇପିଏଲକୁ ନେଇ ଆସିଛି ବଡ ଅପଡେଟ୍। ଆସନ୍ତୁ ଜାଣିବା କେଉଁ ଦଳ କେଉଁ ଖେଳାଳିଙ୍କୁ ଛାଡିଲା।

୧ – ମୁମ୍ବାଇ ଇଣ୍ଡିଆନ୍ସ

ରିପୋର୍ଟ ଅନୁଯାୟୀ  ମୁମ୍ବାଇ ଇଣ୍ଡିଆନ୍ସ  କିରନ ପୋଲାର୍ଡଙ୍କୁ ଛାଡି ଦେଇଛି, ଯାହା ବହୁତ ବଡ ଖବର। ବାକି ଖେଳାଳିଙ୍କୁ ଦଳରେ ରଖିଛି ଫ୍ରାଞ୍ଚାଇଜି।

ଟପ୍ ରିଟେସନ– ରୋହିତ ଶର୍ମା, ଡେଓ୍ଵାଲ୍ଡ ବ୍ରେଭିସ୍, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ଡାନିଏଲ ସାମ୍ସ, ଟିମ୍ ଡେଭିଡ୍,  ଜୋଫ୍ରା ଆର୍ଚର, ଯଶପ୍ରୀତ ବୁମରା, ଟ୍ରିଷ୍ଟନ ଷ୍ଟବ୍ସ ଏବଂ ତିଳକ ବର୍ମା।

ରିଲିଜ୍ ଖେଳାଳି– ଫାବିୟନ ଆଲେନ, କିରନ  ପୋଲାର୍ଡ, ଟାଇମଲ ମିଲ୍ସ, ମୟଙ୍କ ମାର୍କେଣ୍ଡେୟ ଏବଂ ଋତିକ ଶୌକିନ।

୨ – ଚେନ୍ନାଇ ସୁପର କିଙ୍ଗ୍ସ

ଟପ୍ ରିଟେସନ– ମହେନ୍ଦ୍ର ସିଂହ ଧୋନୀ, ରବୀନ୍ଦ୍ରା ଜାଡେଜା, ମୋଇନ ଅଲ୍ଲୀ, ଶିବମ ଦୁବେ, ଋତୁରାଜ ଗାଏକଓ୍ଵାଡ, ଡେଭନ କନଓ୍ଵେ, ମୁକେଶ ଚୌଧୁରୀ, ଡ୍ଵେନ ପ୍ରିଟୋରିୟସ ଏବଂ ଦୀପକ ଚହର।

ରିଲିଜ୍ ଖେଳାଳି- କ୍ରିସ ଜୋର୍ଡାନ, ଆଡମ ମିଲନେ, ନାରାୟଣ  ଜଗଦୀଶନ ଏବଂ ମିଚେଲ୍ ସାଣ୍ଟନର।

୩  – କୋଲକାତା ନାଇଟ୍ ରାଇଡର୍ସ

କେକେଆର ଆଇପିଏଲ ୨୦୨୩ ପାଇଁ ଲୋକି ଫର୍ଗ୍ୟୁସନ, ଶାର୍ଦ୍ଦୁଳ ଠାକୁର ଏବଂ ରହମାନୁଲ୍ଲା ଗୁରୁବାଜଙ୍କୁ ଦଳରେ ସାମିଲ୍ କରିଛି।

ଟପ୍ ରିଟେସନ– ଶ୍ରେୟସ ଆୟର, ସୁନିଲ ନାରିନ, ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ, ପାଟ୍ କମିନ୍ସ, ନୀତିଶ ରାଣା, ସେଲଡନ ଜ୍ୟାକ୍ସନ, ରିଙ୍କୁ ସିଂହ, ଉମେଶ ଯାଦବ।

ରିଲିଜ୍ ଖେଳାଳି– ଶିବମ ମାଭି, ମହମ୍ମଦ ନବି, ଚାମିକା କରୁଣାରତ୍ନେ, ରମେଶ କୁମାର, ଆଜିଙ୍କ୍ୟ ରାହାନେ, ଆରୋନ ଫିଞ୍ଚ।