ଭାରତର T20 ଦଳରେ ଏମଏସ ଧୋନୀଙ୍କୁ ମିଳିପାରେ ବଡ ଭୂମିକା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ଵ କପ୍ ୨୦୨୨ରେ ସେମିତି ପ୍ରଦର୍ଶନ କରି ନାହିଁ, ଯେତିକି ଆଶା ଦଳଠୁ କରାଯାଉଥିଲା। ଏହି କାରଣରୁ ଦଳ ସେମି ଫାଇନାଲ୍‌ରେ ଶୋଚନୀୟ ଭାବେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ୨୦୧୩ ମସିହାରୁ ଭାରତ ଏ ପର୍ଯ୍ୟନ୍ତ ଆଇସିସି ଟ୍ରଫି ଜିତି ପାରିନାହିଁ। ଏହି କାରଣରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏବେ ମହେନ୍ଦ୍ର ସିଂ ଧୋନୀଙ୍କୁ ଦଳ ସହ ଯୋଡିବା ଉପରେ ବିଚାର କରୁଛି।

ଭାରତୀୟ କ୍ରିକେଟ୍‌ ଦଳର  ଜଣେ ମୁଖ୍ୟ ପ୍ରଶିକ୍ଷକ ହିସାବରେ ରାହୁଲଙ୍କ ପାଇଁ ତିନି ଫର୍ମାଟ୍‌ରେ କାମ କରିବା ବହୁତ କଷ୍ଟକର। ସହାୟକ ସଦସ୍ୟ ଦଳ ବଡ ଥିଲେ ବି ତିନି ଫର୍ମାଟ୍‌ରେ ଦଳ ସହିତ ଯାତ୍ରା କରିବା ସହଜ ନୁହେଁ। ଏହି କାରଣରୁ ବିସିସିଆଇ ସ୍ଲିପ୍ଟ କୋଚିଂ ଉପରେ ବିଚାର କରୁଛି। କ୍ରିକେଟ୍ ପରାମର୍ଶଦାତା କମିଟିର ଗଠନକୁ ବି ପ୍ରାଥମିକତା ମିଳିବ, କାରଣ ଦଳ ପାଇଁ ଚୟନ କମିଟି ପୁଣି ଥରେ ବଛାଯିବ।

ଦ ଟେଲିଗ୍ରାଫ ଅନୁଯାୟୀ, ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ କେମିତି ଦମଦାର ପ୍ରଦର୍ଶନ କରିବ, ସେହି ଦକ୍ଷତା ଏବଂ ରଣନୀତି ପାଇଁ ଧୋନୀଙ୍କୁ ଟି-୨୦ ଦଳରେ ସାମିଲ୍ କରିବା ବିଷୟରେ ବିସିସିଆଇ ଆଲୋଚନା ଚଳାଇଛି। ଧୋନୀ ଗତ ବର୍ଷ ୟୁଏଇରେ ଖେଳାଯାଇଥିବା ଟି-୨୦ ବିଶ୍ଵ କପ୍‌ରେ ଦଳ ସହିତ ରହିଥିଲେ। ମାତ୍ର ତାଙ୍କୁ ଅନ୍ତରୀଣ କ୍ଷମତା ଭାବେ ଧୋନୀଙ୍କୁ ମେଣ୍ଟର ଭାବେ ନିଯୁକ୍ତ କରାଯାଇଥିଲା।

ଧୋନୀ ଆସନ୍ତା ବର୍ଷ ଆଇପିଏଲ ପରେ କ୍ରିକେଟ୍‌ରୁ ଅବସର ନେବାର ଆଶା କରାଯାଉଛି। ବିସିସିଆଇ ତାଙ୍କର ଅଭିଜ୍ଞତା ଏବଂ ବୈଷେିକ କୌଶଳକୁ ଉପଯୋଗ କରିବାକୁ ଉତ୍ସାହିତ ରହିଛି। ପୂର୍ବତନ ଅଧିନାୟକଙ୍କୁ ଖେଳାଳିଙ୍କ ଏକ ବିଶେଷ ସମୂଷ ସହ କାମ କରିବାକୁ କୁହାଯାଇପାରେ। କାରଣ ତିନି ଫର୍ମାଟ୍‌ରେ କାମ କରିବା ଦ୍ରାବିଡଙ୍କ କଠିନ କାମ।