ବାଲିରେ ବାଲିଯାତ୍ରା କଥା କହିଲେ ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଇଣ୍ଡୋନେସିଆର ବାଲି ସହରରେ ଅଛନ୍ତି । ଏହି ଅବସରରେ ସେ ଭାରତୀୟ ସମୁଦାୟର ଲୋକଙ୍କୁ ଭେଟି ସମ୍ୱୋଧିତ କରିଛନ୍ତି । ଲୋକଙ୍କୁ ସମ୍ୱୋଧିତ କରି ସେ କହିଛନ୍ତି, ଇଣ୍ଡୋନେସିଆର ବାଲିରେ ପହଞ୍ଚିବା ପରେ ପ୍ରତିଟି ଭାରତୀୟ ଏକ ଭିନ୍ନ ଅନୁଭୂତି ଲାଭ କରେ। ମୁଁ ତାହା ଅନୁଭବ କରିପାରୁଛି ।

ନିଜ ସମ୍ୱୋଧନରେ ପିଏମ ମୋଦୀ କହିଛନ୍ତି, ୨୦୧୪ ପରଠୁ ଭାରତରେ ବଡ଼ ପରିବର୍ତ୍ତନ, ସ୍ପିଡ୍ ଆସିଛି । ଆଜି ଭାରତ ଅଭୂତପୂର୍ବ ଗତି ସହ କାମ କରୁଛି ଏବଂ ଅପ୍ରତ୍ୟାଶିତ ବିସ୍ତାର ସହ କାମ କରୁଛି । ସେ କହିଛନ୍ତି, ‘ଭାରତର ଟାଲେଣ୍ଟ, ଭାରତର ଟେକ୍ନୋଲଜି, ଭାରତର ଇନୋଭେସନ, ଭାରତର ଇଣ୍ଡଷ୍ଟ୍ରୀ ଆଜି ଦୁନିଆରେ ନିଜ ପରିଚୟ ସୃଷ୍ଟି କରିଛି’।