ମାଲକାନଗିରି, ୨୮/୦୬: ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଜବତ। ସର୍ଚ୍ଚ ଅପରେସନ ବେଳେ କାଲିମେଳା ଥାନା ଗୁଣ୍ଟାବେଡ଼ା ଓ କଦମଗୁଡ଼ା ଜଙ୍ଗଲରୁ ପୁଳାପୁଳା ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ସୁରକ୍ଷାକର୍ମୀ।
ଆତ୍ମ ସମର୍ପଣ କରିଥିବା ନକ୍ସଲଙ୍କ ସୂଚନା ଆଧାରରେ ଏହି ସର୍ଚ୍ଚ ଅପରେସନ କରାଯାଇଥିଲା। ଜବତ ସାମଗ୍ରୀ ମଧ୍ୟରେ ଦୁଇଟି SLR ରାଇଫଲ୍, ଦୁଇଟି ପିସ୍ତଲ, IED, କାର୍ଟ୍ରିଜ୍, ବ୍ୟାଟେରୀ ସହିତ ୱାକି-ଟକି ସେଟ୍, ଆଣ୍ଟେନା ଏବଂ ତାର, ଧାତୁ ପାଇପ୍, ହାର୍ଡ ଡିସ୍କ, ପେନଡ୍ରାଇଭ୍, କିବୋର୍ଡ, ଔଷଧ ଓ ଲ୍ୟାଣ୍ଡମାଇନ ସହ ବିସ୍ଫୋରକ ଇତ୍ୟାଦି ମିଳିଥିଲା।