ଇଟ୍ଟାନଗର/ଦାର୍ଜିଲିଂ, ୨୮/୦୬: ଅରୁଣାଚଳ ପ୍ରଦେଶରେ ବର୍ଷା ବିତ୍ପାତ। ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପୀଡ଼ିତଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି। କେୟି ପାନିୟୋର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ହୋଇଥିବା ବନ୍ୟାରେ ମୃତ୍ୟୁ ସଂଖ୍ୟା ୩ ରେ ପହଞ୍ଚିଛି।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଚିବ ଦାନି ସୁଲୁ କହିଛନ୍ତି ଯେ କେୟି ପାନିୟୋର ଜିଲ୍ଲାର ବନ୍ୟା ପ୍ରଭାବିତ ପୁସା ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ହାୱା କ୍ୟାମ୍ପ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି।
ବୁଧବାର ସକାଳେ କେୟି ପାନିୟୋର ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ ହୋଇଥିବା ବନ୍ୟା ପରେ ପାଞ୍ଚ ଜଣ ନିଖୋଜ ସୋଇଯାଇଥିଲେ। ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ଏବେ ବି ନିଖୋଜ ଅଛନ୍ତି। ବୁଧବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା, ଏବଂ ଶନିବାର ଆଉ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା।
ରବିବାର ଉଦ୍ଧାର କାର୍ଯ୍ୟ ପ୍ରବେଶ କରିଛି। ପ୍ରଭାବିତ ଅଞ୍ଚଳରେ ମଧ୍ୟ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ବୃଦ୍ଧି କରାଯାଇଛି।
ଅନ୍ୟପଟେ ଆସାମରେ ମଧ୍ୟ ବର୍ଷା ଯୋଗୁଁ କେମି ନଦୀରେ ପ୍ରଚଣ୍ଡ ବନ୍ୟା ଜଳ ଆସି କେମି ଏବଂ ଓୟାନକୁ ସଂଯୋଗ କରୁଥିବା ୩୦୦ ମିଟର ଲମ୍ବା ଲୁହା ପୋଲଟି ଭାସିଯାଇଛି। ଯାହା ଫଳରେ କେମି-ପୁରାଣା ଜେଲୋମ ଅଞ୍ଚଳ ଏବଂ ଜୋନାଇ ସଦର ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।