ବିଜେପିରେ ଯୋଗ ଦେଲେ ପୂର୍ବତନ ବିଜେଡ଼ି ବିଧାୟକ

ସୁବାସିନୀ ସାହୁ ମଧ୍ୟ ବିଜେପିରେ ସାମିଲ

ଭୁବନେଶ୍ୱର, ୦୧/୦୭: ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଜେଡି ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଶଶି ସାହୁ ଏବଂ ପୂର୍ବତନ ସିମୁଳିଆରୁ ପୂର୍ବତନ ବିଜେଡ଼ି ପ୍ରାର୍ଥୀନୀ ସୁବାସିନୀ ସାହୁ ପ୍ରମୁଖ ଯୋଗ ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି।