ଗଣମାଧ୍ୟମ ସାମ୍ନାକୁ ଆସିଲେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ଆମ ଆଦମୀ ପାର୍ଟି ନେତା

ନିର୍ବାଚନକୁ ନେଇ ଗୁଜରାଟ ରାଜନୀତି କ୍ରମଶଃ ଉଷ୍ମ ହେବାରେ ଲାଗିଛି। ସୁରଟ (ପୂର୍ବ) ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଆମଆଦମୀ ପାର୍ଟି (ଆପ୍) ପ୍ରାର୍ଥୀ କଞ୍ଚନ ଜରିୱାଲା ବୁଧବାର ପୂର୍ବାହ୍ନରେ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି। ସେ ବିଜେପି ଚାପରେ ନିର୍ବାଚନରୁ ଓହରି ଯାଇଥିବା ଆପ୍ ଅଭିଯୋଗ କରିଛି। ତେବେ ଅପରାହ୍ନରେ ଜରିବାଲା ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାରର କାରଣ କହିଛନ୍ତି।

ପୂର୍ବାହ୍ନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କାଳରେ ଗଣମାଧ୍ୟମ ତାଙ୍କର ଜବାବ ଚାହିଁଥିଲେ। ତେବେ ସେ କିଛି ନ କହି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଥିଲେ। ସେହି ଅନୁସାରେ ସେ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରିଥିବା ବେଳେ କାହା ଚାପରେ ନୁହେଁ ବରଂ ସ୍ୱଇଚ୍ଛାରେ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା କହିଛନ୍ତି। ଏହା ପୂର୍ବରୁ ବିଜେପି ଉପରେ ଜରିବାଲାଙ୍କ ଅପହରଣ ଓ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଲାଗି ଚାପ ପକାଯିବା ନେଇ ଆପ୍ ଅଭିଯୋଗ କରିଥିଲା।