ଇସ୍ତଫା ପାଇଁ ଦୀର୍ଘ ସମୟରୁ ଚିନ୍ତା କରିଥିଲି: ଜଗମୋହନ

ଇସ୍ତଫା ପରେ ପ୍ରତିକ୍ରିୟା ରଖିଲେ ଜଗମୋହନ ମୀନା

ଭୁବନେଶ୍ୱର, ୦୬/୦୭: ଇସ୍ତଫା ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା। ଇସ୍ତଫା ପରେ ଜଗମୋହନ ମୀନା ପ୍ରତିକ୍ରିୟା ରଖିଛନ୍ତି। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି କହିଛନ୍ତି।

ସେ କହିଛନ୍ତି, ଦୀର୍ଘବର୍ଷ ଚାକିରି ସମୟରେ ମୁଁ ଖୁସି ଥିଲି। ଓଡ଼ିଶାର ବହୁତ ସ୍ଥାନରେ ପୋଷ୍ଟିଂରେ କାମ କରିଛି। ଦୀର୍ଘ ସମୟରୁ ମୁଁ ଚିନ୍ତା କରିଥିଲି। ଓଡ଼ିଶାରେ ବିଭିନ୍ନ ପଦରେ କାମ କରିକି ମୁଁ ନିଜକୁ ଭାଗ୍ୟବାନ ମଣୁଛି। ଅନ୍ୟ କୌଣସି କାରଣ ନୁହେଁ। ବରଂ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି। କୌଣସି ଚାପ ନଥିଲା, ଲୋକଙ୍କ ସେବା କରିବାର ସୁଯୋଗ ପାଇଛି। ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ। ଓଡ଼ିଶାର ଲୋକେ ବହୁତ ଭଲ, ଜଗନ୍ନାଥଙ୍କ ଆଶୀର୍ବାଦ ମୋ ଉପରେ ରହୁ।

ସୂଚନାଯୋଗ୍ୟ, ଗତ ୨୫ ଦିନ ତଳୁ ଇସ୍ତଫା ଦେଇଥିଲେ ଜଗମୋହନ ମୀନା। ହେଲେ ରାଜ୍ୟ ସରକାର ଏବେ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ଡିଜିପି ୱାଇ ବି ଖୁରାନିଆ ସୂଚନା ଦେଇଥିଲେ।