ଭୁବନେଶ୍ୱର, ୦୬/୦୭: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ସୋନପୁରରେ ରାଜ୍ୟର ସର୍ବାଧିକ ୩୨୮.୪ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ପରେ ଉଲୁଣ୍ଡା (୨୯୦ ମିମି), ବଲାଙ୍ଗୀରର ବେଲଗାଁ (୨୭୯ ମିମି) ଏବଂ କେନ୍ଦୁଝରର ତେଲକୋଇ (୨୭୬.୬ ମିମି) ରହିଛି।
୨୦୦ ମିମିରୁ ଅଧିକ ବର୍ଷା ପାଉଥିବା ଅନ୍ୟ ଅଞ୍ଚଳଗୁଡ଼ିକ ମଧ୍ୟରେ ଖଇରମାଲ (୨୫୮ ମିମି), ବୁର୍ଲା (୨୫୬.୪ ମିମି), କଣ୍ଟାମାଳ (୨୪୬.୮ ମିମି), ଘଷିପୁରା (୨୪୬.୨ ମିମି), ହାଟଡିହି (୨୪୧.୫ ମିମି), ବୀରମହାରାଜପୁର (୨୨୩ ମିମି), ତରଭା (୨୦୫ ମିମି) ଏବଂ ହୀରାକୁଦ (୨୦୦.୨ ମିମି) ଅନ୍ତର୍ଭୁକ୍ତ।
ସୂଚନାଯୋଗ୍ୟ, ଅବପାତ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ତୁହାକୁ ତୁହା ବର୍ଷା ଯୋଗୁଁ ସହରରୁ ଉପକଣ୍ଠ ସବୁଠି ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ। ଅନେକ ଅଞ୍ଚଳରେ ପାଣି ଜମିବା ଯୋଗୁଁ ଲୋକଙ୍କ ସାଧାରଣ ଜୀବନ ପ୍ରଭାବିତ ହୋଇଛି।