ଭୁବନେଶ୍ୱର, ୦୬/୦୭: ଓଡ଼ିଶାର ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଏବଂ OSEPA) ଜାତୀୟ ଶିକ୍ଷା ନୀତି-୨୦୨୦ ଓ ରାଜ୍ୟର ନୂଆ ପାଠ୍ୟକ୍ରମ ଅନୁଯାୟୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ୍ଗୁଡ଼ିକରେ ବିସ୍ତୃତ ସଂସ୍କାର ଆଣିଛନ୍ତି। ୨୦୨୬-୨୭ ଶିକ୍ଷାବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ମାର୍ଗଦର୍ଶିକା ଜାରି ହୋଇଛି ଏବଂ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବ୍ୟବସ୍ଥା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଲାଗୁ ହେବ।
ଏଥର ବର୍ଷକୁ ୪ଟି ପରୀକ୍ଷା ରହିବ। ତୃତୀୟରୁ ଅଷ୍ଟମ ଶ୍ରେଣୀ ପାଇଁ ବାର୍ଷିକ ମୂଲ୍ୟାଙ୍କନ ବ୍ୟବସ୍ଥା ମଜବୁତ୍ କରିବା ପାଇଁ ବର୍ଷକୁ ୪ଟି ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଅର୍ଦ୍ଧବର୍ଷ (ଏପ୍ରିଲ୍ ରୁ ସେପ୍ଟେମ୍ବର)ରେ ୨ଟି ପରୀକ୍ଷା। ଦ୍ୱିତୀୟ ଅର୍ଦ୍ଧବର୍ଷ (ଅକ୍ଟୋବର୍ ରୁ ମାର୍ଚ୍ଚ)ରେ ଆଉ ୨ଟି ପରୀକ୍ଷା ହେବ।
ଏହି ପରୀକ୍ଷାଗୁଡ଼ିକ ପିରିଓଡିକ୍ ଆକଳନ (Periodic Assessments) ଆକାରରେ ହେବ, ଯାହା ଶିକ୍ଷକଙ୍କୁ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ସ୍ତର ନିରନ୍ତର ମନିଟର୍ କରିବାକୁ ସହାୟକ ହେବ।