ଆତ୍ମହତ୍ୟା ପୂର୍ବରୁ ଡିପ୍ରେସନରେ ଥିଲେ ଅଭିନେତା ରାଇମୋହନ: ଡିସିପି

ଭୁବନେଶ୍ୱର: ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡ଼ାଙ୍କ ମୃତ୍ୟୁକୁ ୪ଦିନ ବିତିଯାଇଛି । ଏହା ପରେ ବି ରହସ୍ୟ ଉପରୁ ପରଦା ଉଠୁନି। ମୃତଦେହକୁ ସନ୍ଦେହଜନକ ସ୍ଥିତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ପୋଲିସ କରିଥିଲା। ସେହିପରି ମୋବାଇଲ୍‌ ହ୍ବାଟ୍ସଆପ୍‌ରୁ ପରିବାରବର୍ଗଙ୍କୁ ମେସେଜ୍‌ କରିବା। ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ତାଙ୍କ ସମର୍ଥକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ତେବେ ଆଜି ରାଇମୋହନଙ୍କ ଆତ୍ମହତ୍ୟାକୁ ନେଇ ଆଜି ବଡ ବୟାନ ଦେଇଛନ୍ତି ଭୁବନେଶ୍ୱର ଡିସିପି । ସେ କହିଛନ୍ତି ଯେ ଆତ୍ମହତ୍ୟା ପୂର୍ବରୁ ଅଭିନେତା ରାଇମୋହନ ଡିପ୍ରେସନରେ ଥିଲେ । ମଞ୍ଚେଶ୍ୱର ଥାନା ଆଇଆଇସି ବିଭିନ୍ନ ଦିଗରୁ ତଦନ୍ତ କରୁଥିବାବେଳେ ପରିବାର, ପଡୋଶୀ, ଡ୍ରାଇଭର ଓ ପରିଚିତ ଲୋକଙ୍କୁ ପଚରାଉଚୁରା କରାଯାଉଛି। ରାଇମୋହନଙ୍କ ଫୋନ ଜବତ କରାଯାଇଥିବାବେଳେ ସେଥିରୁ କିଛି ସୁରାକ ମିଳିପାରେ ।