ଅବସର ପରେ ଭିଜିଲାନ୍ସ ଜାଲରେ ଫସିଲେ

୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ! ଚାଲିଛି ରେଡ୍

କୋଇଡା, ୧୩/୦୭: ଭିଜିଲାନ୍ସ ଜାଲରେ କୋଇଡ଼ାର ପୂର୍ବତନ ରେଞ୍ଜର ପ୍ରସନ୍ନ କୁମାର ପ୍ରଧାନ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ରେଞ୍ଜର।

କୋଇଡା ରେଞ୍ଜ୍‌ ଅଫିସରେ ବିଭିନ୍ନ ଫାଇଲ୍ ଯାଞ୍ଚ କରୁଛି ଭିଜିଲାନ୍ସ। ଜୁନ୍ ୩୦ରେ କୋଇଡ଼ା ରେଞ୍ଜ୍‌ କାର୍ଯ୍ୟାଳୟରୁ ଅବସର ଗ୍ରହଣ କରିଥିଲେ। ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ଅଭିଯୋଗରେ ଚାଲିଛି ରେଡ୍‌।