‘ପୁଅର୍ ମ୍ୟାନ୍ ନ୍ୟୁକ୍’ ମିସାଇଲ ମାଡ଼ କରିବାକୁ ଋଷ୍‌ର ଯୋଜନା

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଭାରି ପଡ଼ିବ ‘ପୁଅର୍ ମ୍ୟାନ୍ ନ୍ୟୁକ୍’ ମିସାଇଲ । ୟୁକ୍ରେନକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇକୁ ଉଦ୍ୟମ କରୁଛି ଋଷିଆ । ବାରମ୍ବାର ବାଲାଷ୍ଟିକ୍ ମିସାଇଲ୍ ମାଡ଼ ପରେ ଏବେ ଭୟଙ୍କର ‘ପୁଅର୍ ମ୍ୟାନ୍ ନ୍ୟୁକ୍’ ମିସାଇଲ୍ ମାଡ଼ କରିବା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି ଋଷ୍ ରାଷ୍ଟ୍ରପତି । ଏହି ମିସାଇଲ୍ ମାଡ଼ ହେଲେ ଅଚାନକ ତାପମାତ୍ରା ବଢିଯିବ । ପ୍ରବଳ ଗରମରେ ପ୍ରାଣ ହରାଇବେ ଲୋକ । କିଛି ସମୟ ମଧ୍ୟରେ ମରୁଭୂମି ପାଲଟିଯିବ ୟୁକ୍ରେନ ।

ଦିନକୁ ଦିନ ଭୟଙ୍କର ହେଉଛି ୟୁକ୍ରେନ-ଋଷ୍ ଯୁଦ୍ଧ । ବିଶ୍ବ ସମ୍ପ୍ରଦାୟ ସତର୍କ କରାଇବା ପରେ ବି ଥମୁନି ଯୁଦ୍ଧର ବିଭୀଷିକା । ଏବେ ୟୁକ୍ରେନକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାକୁ ଯୋଜନା ପ୍ରସ୍ତୁତ କରିଛି ଋଷ୍ । ଭୟଙ୍କର ମିସାଇଲ ମାଡ଼ କରି ମରୁଭୂମିରେ ପରିଣତ କରିବାକୁ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଦ୍ୟମ ଚଳାଇଛନ୍ତି । ୟୁକ୍ରେନରେ ମାରାତ୍ମକ ‘ପୁଅର୍ ମ୍ୟାନ୍ ନ୍ୟୁକ୍’ ମିସାଇଲ୍ ପକାଇବାକୁ ଯୋଜନା କରୁଛନ୍ତି ଋଷ୍ ସେନା । ଏହି ଭୟଙ୍କର ମିସାଇଲକୁ ଥର୍ମୋବେରିକ୍ ଫ୍ଲେମଥ୍ରୋର ମଧ୍ୟ କୁହାଯାଏ । ରିପୋର୍ଟ ଅନୁଯାୟୀ, ଏହି ବମ୍ ପଡ଼ିବାର କେଇ ଘଣ୍ଟା ମଧ୍ୟରେ ବର୍ବାଦ ହୋଇଯିବ ୟୁକ୍ରେନ୍ । ସୁରକ୍ଷା ବଙ୍କର ନଷ୍ଟ ହେବା ସହିତ ଟ୍ୟାଙ୍କ୍ ଜଳି ପାଉଁଶ ହୋଇଯିବ । ଅଚାନକ ତାପମାତ୍ରା ବଢିବା ଆରମ୍ଭ ହେବ । ପ୍ରବଳ ଗରମ ଯୋଗୁ ଜଳ ବାଷ୍ପୀଭୂତ ହେବା ସହିତ ପ୍ରାଣ ହରାଇବେ ଲୋକ ।

ଋଷ୍ ପାଖରେ ଥିବା ବମ୍‌ର ନାମ TOS-1A ସୋଲନଟେଷ୍ପେକ୍ ହେଭି ଥର୍ମୋବେରିକ୍ ଫ୍ଲେମଥ୍ରୋର । ଏହା ସବୁଠାରୁ ଭୟଙ୍କର ମାରଣାସ୍ତ୍ର । ବମ୍ କିମ୍ବା ମିସାଇଲ ମାଡ଼ ହେବା ମାତ୍ରେ ଯୁଦ୍ଧ ବିମାନ, ଟ୍ୟାଙ୍କ, ବଙ୍କର ସବୁ ନଷ୍ଟ ହୋଇଯିବ । ଏହାକୁ ଗରିବଙ୍କ ପରମାଣୁ ବମ୍ ବୋଲି କୁହାଯାଏ ।