କେନ୍ଦ୍ରାପଡ଼ା, ୨୪/୦୭: ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷିକା। ଡେରାବିଶ୍ ତହସିଲ ଅଧୀନ କାଉପଡ଼ା ରାଜସ୍ୱ ସର୍କଲର RI ଲାଞ୍ଚ ନେଇ ଫସିଲେ। ୫୫୦୦ ଟଙ୍କା ଲାଞ୍ଚ ନେବାବେଳେ RI ସାଇଦର୍ଶିନୀ ଲେଙ୍କା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଜମି ମ୍ୟୁଟେସନ୍ ପାଇଁ ଜଣଙ୍କଠାରୁ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ଦ୍ୱାରା ଧରାପଡ଼ିବା ପରେ RIଙ୍କ ଗରାପୁର ସ୍ଥିତ ଭଡ଼ାଘର ଓ ଅନ୍ୟ ୨ଟି ସ୍ଥାନରେ ଚଢ଼ାଉ ଚାଲିଛି। ଅଧିକ ଖୋଳତାଡ ଚାଲିଛି।