ଲିଫ୍ଟ ନ ଦେବାରୁ ବେକ କାଟିଦେଲେ

ବିଳମ୍ବିତ ରାତିରେ ଜଘନ୍ୟ କାଣ୍ଡ, ତଦନ୍ତ ଆରମ୍ଭ

ଗଞ୍ଜାମ, ୦୮/୦୮: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖଣ୍ଡରା ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଜଘନ୍ୟ କାଣ୍ଡ। କିଛି ଯୁବକ ଛୁରୀରେ ଜଣେ ବ୍ୟକ୍ତିଙ୍କ ଗଳା କାଟି ଦେବା ଫଳରେ ସେ ଗୁରୁତର ଆହତ ହୋଇଛନ୍ତି।

ରିପୋର୍ଟ ଅନୁସାରେ, ଖଣ୍ଡରା ଗାଁର ଉଦ୍ଧବ ପାଢୀ ନାମକ ଜଣେ ବ୍ୟକ୍ତି ତାଙ୍କ ମୋଟରସାଇକେଲରେ ଗାଁରୁ ହିଞ୍ଜିଳିକାଟ ଅଭିମୁଖେ ଯାଉଥିବା ବେଳେ କିଛି ଯୁବକ ତାଙ୍କୁ ଲିଫ୍ଟ ମାଗିଥିଲେ। କିନ୍ତୁ ସେ ମନା କରିବା ଯୋଗୁଁ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ଛୁରୀରେ ଆକ୍ରମଣ କରିଥିଲେ।

ଉଦ୍ଧବଙ୍କ ଗଳା କାଟି ଦେବାରୁ ସେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଥିଲା। ପୋଲିସ ଏହି ଘଟଣାର ତଦନ୍ତ କରୁଛି।