ଭାଗ ଚାଷୀଙ୍କ ପାଇଁ ଆସିବ ସ୍ୱତନ୍ତ୍ର ଆପ୍: ଯୋଗାଣ ମନ୍ତ୍ରୀ
ଧାନ ସଂଗ୍ରହ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ‘ଆଗ୍ରିଷ୍ଟେକ୍ ଆଇଡି’
ଭୁବନେଶ୍ୱର, ୦୯/୦୮: ରାଜ୍ୟରେ ଚାଲିଥିବା ଧାନ ସଂଗ୍ରହ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଯୋଗାଣ ମନ୍ତ୍ରୀ ଏକ ବଡ଼ ସ୍ପଷ୍ଟୀକରଣ ଦେଇଛନ୍ତି। ପଞ୍ଜୀକରଣ ପାଇଁ ‘ଆଗ୍ରିଷ୍ଟେକ୍ ଆଇଡି’ ବାଧ୍ୟତାମୂଳକ ନୁହେଁ ଏବଂ ଭାଗ ଚାଷୀଙ୍କ ପାଇଁ ନିୟମ କୋହଳ କରାଯାଇଛି, ଯେଉଁଥିପାଇଁ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ମଧ୍ୟ ଆସୁଛି।
ଯୋଗାଣ ମନ୍ତ୍ରୀ କହିଛନ୍ତି, ଧାନ ପଞ୍ଜୀକରଣ ପ୍ରକ୍ରିୟାରେ ଜଟିଳତା ନାହିଁ। ଆଜି ସୁଦ୍ଧା ମୋଟ ୫ ହଜାର ୯୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ସେଥି ମଧ୍ୟରୁ ୩ ହଜାର ୧୦୮ ଜଣଙ୍କର କୃଷକ ପଞ୍ଜୀକରଣ ID ରହିଛି। ବିନା କୃଷକ ପଞ୍ଜୀକରଣ IDରେ ମଧ୍ୟ ଚାଷୀ ପଞ୍ଜୀକରଣ କରିପାରିବ। ଜମି ପଟ୍ଟାର ROR ଦେଲେ ଦୁଇ ଦିନ ଭିତରେ ଆଇଡି ମିଳିଯିବ। ମାଲିକଙ୍କ ଉପସ୍ଥିତି ନହେଲେ ମଧ୍ୟ ସରକାର ଏକ ଆପ୍ଲିକେସନ୍ ଆଣୁଛନ୍ତି। ଆବଶ୍ୟକ କାଗଜ ପାତ୍ର ଦାଖଲ କରି ଭାଗ ଚାଷୀ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ଅଗଷ୍ଟ ୩୧ ଯାଏଁ ରହିଛି, ଆବଶ୍ୟକ ହେଲେ ବୃଦ୍ଧି କରାଯିବ। ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ, ସରକାର ସମସ୍ତ ଚାଷୀଙ୍କଠୁ ଧାନ ସଂଗ୍ରହ କରିବେ।