ଭୁବନେଶ୍ୱର, ୧୧/୦୮: ଜବରଦଖଲକାରୀଙ୍କ ବିରୋଧରେ କଠୋର ହେଲା ବିଏମସି ଓ ବିଡିଏ। ରାଜଧାନୀ ଭୁବନେଶ୍ବରରେ ବଡ଼ ଧରଣର ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ନୀଳାଦ୍ରି ବିହାରରେ ଜବରଦଖଲ ହୋଇଥିବା ଘରେ ବୁଲିଲା ବୁଲଡୋଜର। ନୀଳାଦ୍ରି ବିହାରରେ ୩୩୦ ଘର ଉଚ୍ଛେଦ କରିବ ବିଏମ୍ସି।
ସ୍ଥାନୀୟ ଅଂଚଳରେ ଉଚ୍ଛେଦ ବେଳେ ଉତ୍ତେଜନା ସୃଷ୍ଟି ହୋଇଛି।୩୩୦ଟି ଟ୍ରାଞ୍ଜିଷ୍ଟ ହାଉସ୍ ଭାଙ୍ଗିବା ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉଚ୍ଛେଦ ପୂର୍ବରୁ ଥଇଥାନ ଦାବି କରିଛନ୍ତି ଜବରଦଖଲକାରୀ। ଅପ୍ରୀତିକର ପରିସ୍ଥିତିକୁ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବିଏମସି ଓ ବିଡିଏ ପକ୍ଷରୁ ଟ୍ରାଞ୍ଜିଷ୍ଟ ହାଉସ୍ ଭଙ୍ଗା କାମ ଜାରି ରହିଛି।