ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ବିପଦ ସଂକେତ ଟପିଲା ବ୍ରାହ୍ମଣୀ

କେନ୍ଦ୍ରାପଡ଼ା, ୧୬/୦୮: ବନ୍ୟା ଘେରରେ କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳ। ରେଙ୍ଗାଲୀ ଡ୍ୟାମ୍‌ ଖୋଲିବା ପରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ବନ୍ୟା ଜଳ ପ୍ରବାହିତ ହେଉଛି। ବ୍ରାହ୍ମଣୀ ଜଳସ୍ତର ବୃଦ୍ଧି ପାଇବା ଦ୍ଵାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ ପଟ୍ଟାମୁଣ୍ଡାଇ, ଆଳି ଓ କେନ୍ଦ୍ରାପଡ଼ା ବ୍ଳକ୍‌ର ତଳିଆ ଅଞ୍ଚଳ ଜଳମଗ୍ନ ରହିଛି।

ପାଣି ଘେରରେ ଜୀବନ ବିତାଉଛନ୍ତି ହଜାର ହଜାର ଲୋକେ। ଧୋଇଆ ଅଞ୍ଚଳରେ ଥିବା ଅନେକ ଗାଁ ଏବେ ପାଣି ଘେରରେ।ଘାଗରା, ଅଳପୁଆ, ବଲୁରିଆ, ଦାଣ୍ଡିସାହି, ପେଣ୍ଠପାଳ ମଧ୍ୟ ପାଣି ଘେରରେ ରହିଛି।

ତରଡିପାଳ, ଅଣ୍ଡରା, କୂଳସାହି ପ୍ରଭୃତି ଗାଁରେ ବନ୍ୟା ଜଳ ପଶିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପଟେ ବ୍ରାହ୍ମଣୀ ନଦୀ ପାଣି କୂଳ ଲଙ୍ଘିବାରୁ ମହାବୀର ବଜାରରେ ପଶିଲା ବ୍ରାହ୍ମଣୀ ନଦୀର ପାଣି। ଅଳଭା ଠାରେ ବ୍ରାହ୍ମଣୀ ବିପଦ ସଂକେତ ଟପିଛି। କୂଳସାହି ଆବାସିକ ସ୍କୁଲ୍‌ ପରିସରରେ ବନ୍ୟା ଘେରରେ ଫସିଛନ୍ତି ୩ ଶହ ପିଲା।