ତେହେରାନ, ୦୬/୦୯: ପଶ୍ଚିମ ଇରାନରେ ଏକ ତେଲ ଟ୍ୟାଙ୍କର ଦୁର୍ଘଟଣା ପରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହେବା ସହ ଅନ୍ୟ କିଛି ଲୋକ ଆହତ ହୋଇଛନ୍ତି। ଇରାନର ଜାତୀୟ ଗଣମାଧ୍ୟମ ଅନୁସାରେ, ଶନିବାର ହାମେଦାନ–ସାନାନ୍ଦାଜ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ୧୧ ଜଣଙ୍କ ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇଛି।
ସାନାନ୍ଦାଜର ଗଭର୍ଣ୍ଣରଙ୍କ ସୂଚନା ଅନୁସାରେ, ଟ୍ୟାଙ୍କରଟି ହାମେଦାନରୁ ମାରିଭାନ ଦିଗକୁ ଯାଉଥିଲା। ଗାଡ଼ିର ବ୍ରେକ୍ ସିଷ୍ଟମ୍ରେ ଯାନ୍ତ୍ରିକ ତ୍ରୁଟି ହେବାରୁ ଏହା ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ଟ୍ୟାଙ୍କରରେ ନିଆଁ ଲାଗିବା ସହ ବିସ୍ଫୋରଣ ଘଟିଥିଲା।
ଦୁର୍ଘଟଣା ପରେ ଟ୍ୟାଙ୍କରରେ ଭୟଙ୍କର ନିଆଁ ଲାଗିଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲା।