ଆଥେନ୍ସ, ୦୬/୦୯: ଗ୍ରୀସର ଆଥେନ୍ସରେ ଏକ ବାର୍ଷିକ ଏୟାର ଶୋ ସମୟରେ ଗ୍ରୀକ୍ ବାୟୁସେନାର ଏକ ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ଜଣ ପାଇଲଟ୍ ପ୍ରାଣ ହରାଇଛନ୍ତି। ଆଥେନ୍ସ ଫ୍ଲାଇଂ ୱିକରେ ଉପସ୍ଥିତ ଥିବା ସମୟରେ ହଜାର ହଜାର ଲୋକଙ୍କ ଆଖି ସାମ୍ନାରେ ଏହି ଦୁର୍ଘଟଣା ଘଟିଥିଲା।
ଅଧିକାରୀଙ୍କ ଅନୁଯାୟୀ, କମ୍ ଉଚ୍ଚତାରେ ଚାଲିଥିବା ଯୁଦ୍ଧାଭ୍ୟାସ ସମୟରେ ଯୁଗ୍ମ-ସିଟ୍ ଫ୍ୟାଣ୍ଟମ୍ F-4 ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର କିଛି ସମୟ ପରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଦର୍ଶକଙ୍କ ମଧ୍ୟରେ କୌଣସି ଆଘାତ ହୋଇନାହିଁ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ। ତେବେ ବିମାନ ଦୁର୍ଘଟଣାର କାରଣ ଜଣାପଡିନାହିଁ।
ଘଟଣା ପରେ ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତ୍ସୋଟାକିସ୍ ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ଏହା ପରେ ଅନ୍ୟ ଏୟାର ଶୋ ବାତିଲ କରାଯାଇଥିଲା ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିକୋସ୍ ଡେଣ୍ଡିଆସ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ।