ଭୁବନେଶ୍ୱର, ୧୧/୦୯: ରାଜ୍ୟସଭା ନିର୍ବାଚନକୁ ନେଇ ହାଇକୋର୍ଟ ଗଲା ବିଜୁ ଜନତା ଦଳ। ଏ ନେଇ ସୂଚନା ଦେଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରି ବିଜେଡିର ରିଟ୍ ପିଟିସନ(ସିଭିଲ୍) ଦାଖଲ ହୋଇଛି।
ଦଳୀୟ ନିଷ୍ପତ୍ତି ବିରୋଧରେ ୮ ସଦସ୍ୟ ଭୋଟ୍ ଦେଇଥିବାରୁ ପିଟିସନ ଦାଖଲ ହୋଇଛି। ସଦସ୍ୟତା ରଦ୍ଦ ପାଇଁ ପୂର୍ବରୁ ବାଚସ୍ପତିଙ୍କ ନିକଟରେ ପିଟିସନ ହୋଇଥିଲା। କିନ୍ତୁ ଟେକ୍ନିକାଲ୍ ଗ୍ରାଉଣ୍ଡରେ ପିଟିସନକୁ ଖାରଜ କରିଥିଲେ ବାଚସ୍ପତି। ହେଲେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ବିଜେଡି ପିଟିସନ ଦାଖଲ କରିଛି।