ଆକାଶ ଅମ୍ବାନୀ ହେଲେ Reliance Jioର ଚେୟାରମ୍ୟାନ

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଇନମ୍ଫୋଟେକ୍ ଲିମିଟେଡର ମ୍ୟାନେଜମେଣ୍ଟରେ ବଡ ଧରଣର ପରିବର୍ତ୍ତନ ହୋଇଛି। ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି।

ବୈଠକରେ ରିଲାଏନ୍ସ ଜିଓ ବୋର୍ଡ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଚେୟାରମ୍ୟାନ ଭାବେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି। ଏହି ଗୁରୁତ୍ଵପୂର୍ଣ୍ଣ ବୈଠକ ଜୁନ ୨୭ରେ ବସିଥିଲା।

ଆଉ ଏହି ଦିନ ମୁକେଶ ଅମ୍ବାନୀ ଜିଓ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ରିଲାଏନ୍ସ ଜିଓ ମାର୍କେଟ୍ ରେଗୁଲଟରୀ ସେବି(SEBI) କୁ ଏହାର ସୂଚନା ଦେଇଛି।